oom

ପଦ୍ମପୁର ଓକିଲ ସଂଘର ଆନ୍ଦୋଳନ ପହଞ୍ଚିଲା ଦ୍ୱିତୀୟ ଦିନରେ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦ୍ଵିତୀୟ ଦିନରେ ବି ଅଚଳାବସ୍ଥା ଜାରି, ଗତକାଲିଠାରୁ ପଦ୍ମପୁର ଓକିଲ ସଂଘ ତରଫରୁ ତାଲାବନ୍ଦ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ବି ଜାରି ରହିଛି । ଉପଜିଲ୍ଲାପାଳ କୋର୍ଟ କାର୍ଯ୍ୟକ୍ଷମ ନହେବା, ଅତିରିକ୍ତ ତହସିଲଦାର ସରିତା ଗୁପ୍ତାଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଦୁର୍ବ୍ୟବହାର ଏବଂ ସବ୍ ରେଜିଷ୍ଟ୍ରାର ଅଫିସରେ ବ୍ୟାପକ ମାତ୍ରାରେ ଲାଞ୍ଚ କାରବାର ନେଇ ଗତକାଲି ପଦ୍ମପୁର ଓକିଲ ସଂଘ ଏ ସମସ୍ତ ଅଫିସରେ ତାଲା ପକାଇ ଦେଇଥିଲେ, ଆଜି ପୁର୍ବାହ୍ନରେ ପଦ୍ମପୁର ତହସିଲଦାର ସଞ୍ଜୟ କୁମାର ସେଠ୍, ସହକାରୀ ଜିଲ୍ଲାପାଳ ତଥା ସବ୍ ରେଜିଷ୍ଟ୍ରାର ଦିପ୍ତିମୟୀ ଭୋଏ, ଏସ୍‌ଡିପିଓ ବିଭୁତି ଭୁଷଣ ଭୋଇ, ଆଇଆଇସି ରାଜେନ୍ଦ୍ର ସିଆଲ୍ ଆସି ଓକିଲ ସଂଘର ସଦସ୍ୟମାନଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ଓକିଲ ସଂଘର ସଦସ୍ୟମାନେ ଜିଲ୍ଲାପାଳ ନିଜେ ଆସି ଆଲୋଚନା ନ କରିବା ଯାଏ କୌଣସି ଆଲୋଚନା ବା ସମାଧାନ ହୋଇପାରିବ ନାହିଁ ବୋଲି ରୋକ ଠୋକ ଜଣାଇ ଦେଇଥିଲେ । ଅପରାହ୍ନରେ ମଧ୍ୟ ତହସିଲଦାର, ଏସ୍‌ଡିପିଓ ଏବଂ ଆଇଆଇସି ଆସି ଓକିଲ ସଂଘର ସଭାପତି ଗୌନ୍ତିଆ କୁମାର ସାହୁଙ୍କୁ ଅତିରିକ୍ତ ଜିଲ୍ଲାପାଳ ମହୋଦୟ ଆସି ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଥିଲେ କିନ୍ତୁ ଓକିଲ ସଂଘ ସଭାପତି ଜିଲ୍ଲାପାଳ ନିଜେ ଆସି ଆଲୋଚନା କରନ୍ତୁ ବୋଲି କହିଥିଲେ । ପରେ ଅଧିକାରୀମାନେ ପୁଣି ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇ ଦେବୁ ବୋଲି କହିଥିଲେ, ଆଜିର ଆଲୋଚନାରେ ମଧ୍ୟ ଓକିଲ ସଂଘର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.