ହୋଲଡିଂ ଟ୍ୟାକ୍ସର ଅହେତୁକ ବୃଦ୍ଧିକୁ ଆମ୍ ଆଦମୀ ପାର୍ଟିର ବିରୋଧ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ‌) : ଆନୁଆଲ ଭ୍ୟାଲୁର ଆସ୍ସେମେଣ୍ଟ ଅହେତୁକ ଭାବେ ବୃଦ୍ଧି ହୋଇଥିବାରୁ ଏହା ଗତ ଥର ଅପେକ୍ଷା ପ୍ରାୟତଃ ୪ ଗୁଣା ବଢିଥିବା ବେଳେ ପୋୖର ପ୍ରଶାସନ ଏହାକୁ ଵିଚାରକୁ ନନେଇ ଲୋକମାନଙ୍କ ଉପରେ ଅଧିକ ଟ୍ୟାକ୍ସ ବୋଝ ଲଦି ଦେଇଛି ଏହାକୁ ଆମ୍ ଆଦମୀ ପାର୍ଟି ବିରୋଧ କରୁଛି । ପୋୖର ଆଇନ ଅନୁଯାୟୀ ସହରାଞ୍ଚଳର କରଦାତାଙ୍କ ଆର୍ଥିକ ଅନାଟନକୁ ଦୃଷ୍ଟିରେ ନରଖି ଏଭଳି ନିଷ୍ପତି ନେବା ଏକ ନିନ୍ଦନୀୟ ପଦକ୍ଷେପ ଅଟେ । ହୋଲଡିଂ ଟିକସ, ରାସ୍ତା ଆଲୋକ ଟିକସ, ଜଳକର ହଉ କି ଲ୍ୟାଟ୍ରିନ ଟିକସ ଏସବୁ ସେବାକରର ଅନ୍ତର୍ଭୁକ୍ତ ଅଟେ । କିନ୍ତୁ ସହରର ଅନେକ ଅଂଚଳରେ ସଫେଇ ହେଉନଥିବା ବେଳେ ହୋଲଡିଂ ଟିକସ ଆଦାୟ କରାଯାଉଛି । ସେହିପରି ଅନେକ ସ୍ଥାନରେ ପାନୀୟ ଜଳଯୋଗାଣ ନଥାଇ ମଧ୍ୟ ଜଳକର ଆଦାୟ ହେଉଥିବା ସହ ସହରରେ ଉଠା ପାଇଖାନା ନଥାଇ ମଧ୍ୟ ଟିକସ ଆଦାୟ କରାଯାଉଛି । ତେଣୁ ଅହେତୁକ ହୋଲଡିଂ ଟିକସ ବୃଦ୍ଧିକୁ ଆପ୍ ଆବାହକ ଭବାନୀ ସାହୁ ଵିରୋଧ କରିଛନ୍ତି । ତୁରନ୍ତ ଏକ ନାଗରିକ କମିଟିକୁ ଡକାଯାଇ ହୋଲଡିଂ ଟିକସ ବିଷୟରେ ଆଲୋଚନା କରି ଦେୟ ନିର୍ଦ୍ଧାରିତ କରିବାକୁ ଆପ୍ ଦାବି କରିଛି ।

Leave A Reply

Your email address will not be published.