mahavir

ବନ୍ଦେ ମାତରଂ @୧୫୦ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ, ରାଉରକେଲା ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗରର ମାଧବ ନଗର ଶାଖାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ମହାନଗରର ସଭାପତି ଏବଂ କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱ ଓ କବି ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି ସମାବେଶରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର ନାୟକ, ବିଷୟ ବିଶେଷଜ୍ଞ ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ହରେକୃଷ୍ଣ ମାଝୀ ଆଲୋଚ୍ୟ ପ୍ରସ ଙ୍ଗ: ‘ବନ୍ଦେ ମାତରଂ @୧୫୦’ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ଓ ଆଲୋଚକ ଦ୍ୱୟ ସେମାନଙ୍କ ବକ୍ତବ୍ୟରେ ବନ୍ଦେ ମାତରଂ ଶବ୍ଦର ଉତ୍ପତ୍ତି, ଏହାର ଇତିବୃତି, ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଅବଦାନ, ମାତୃଭାଷା, ମାତୃଭୂମିର ଋଣ ଓ ପଞ୍ଚ ପରିବର୍ତ୍ତନ ଯଥା ସାମାଜିକ ସମରତା, ପର୍ଯ୍ୟାବରଣ ସଂରକ୍ଷଣ, କୁଟୁମ୍ବ ପ୍ରବୋଧନ, ସ୍ୱ-ଆଧାରିତ ଜୀବନ ଓ ନାଗରିକ କର୍ତ୍ତବ୍ୟବୋଧ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ମାଧବ ନଗର ଶାଖାର ସଭାପତି ବ୍ରଜେନ୍ଦ୍ର ଦାଶ ପ୍ରାକ୍ କଥନ ରଖିଥିଲେ । ସଭାପତି ଡ. ଜେନା ଆଲୋଚ୍ୟ ପ୍ରସଙ୍ଗର ଆଭିମୁଖ୍ୟ ଓ ଆଲୋଚନାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଗାଳ୍ପିକ କାଶୀନାଥ ନନ୍ଦୀ ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ତଥା ଶିକ୍ଷାବିତ ତାରିଣୀ ଚରଣ ସାହୁଙ୍କ ସଭାପତିତ୍ୱ ଓ କବି କୁଞ୍ଜବିହାରୀ ରାଉତ ତଥା ଅଳକା ମହାନ୍ତିଙ୍କ ସଂଯୋଜନାରେ ରାଷ୍ଟ୍ର ବନ୍ଦନା କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଗଗନ ବିହାରୀ ନାୟକ, ନୀଳଜ୍ୟାତି ବେହେରା, ଅଜୟ ପାଣି, ରମାକାନ୍ତ ସୁତାର, ସତ୍ୟବ୍ରତ ଦାସ, ଶ୍ରେୟାଶ୍ରୀ ସାହୁ, ଆଶୁତୋଷ ଜ୍ୟୋତିଷୀ, ନିରୁପମା ପତି, କୁଞ୍ଜବିହାରୀ ରାଉତ ପ୍ରମୁଖ କବିତା ପାଠ କରିଥିଲାବେଳେ ସୁଶ୍ରୀ ସଂପ୍ରିତୀ ସାହୁ ବଂଶୀ ମାଧ୍ୟମରେ ବନ୍ଦେ ମାତରଂ ସଂଗୀତ ପରିବେଷଣ କରିଥିଲେ । ଶେଷରେ ଡ. ସୁଶାନ୍ତ କୁମାର କିଶାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜଗନ୍ନାଥ ରାଉତ, ବିଶ୍ୱରଂଜନ ବାରିକ, ତ୍ରିଲୋଚନ ବେହେରା, ସୁସ୍ମିତା ମହାପାତ୍ର, କରୁଣାକର ପାଟ୍ଟଶାଣୀ, ସୁଲୋଚନା ଭଳ, ଝରଣା ଭଞ୍ଜ, ଇସ୍ରାନ୍ତି ମୁଣ୍ଡା, ଯୋଞ୍ଜିନା ଗୁନିଆ, କ୍ଷମା ଏକ୍କା, ମିତା କିଶାନ, ଆକସିୟା ଟପ୍ପୋ, ଲିଲିମା ଓରାମ, ଗ୍ଲୋରିଆ ମାଝୀ, ପୂଜା କେର୍କେଟା, ମୋନାଲିସା କେର୍କେଟା, ନିରାଲି ବିଲୁଙ୍ଗ, ଦିବ୍ୟା ସୁରିନ, ଲଳିତା ସିଂ, ତନୁସ୍କା ଲୋହାର, ଅଞ୍ଜଳି ସାହୁ, ପୂଜା ଭୂମିଜ, ଅନିଶା ଏକ୍କା, ସୋନିମା କୁଲ୍ଲୁ, ରେଣୁକା ଟପ୍ପୋ, ଧନଲକ୍ଷ୍ମୀ ବେହେରା, କବିତା କିଶାନ ପ୍ରମୁଖ ଉପସ୍ଥିତ ଥିଲାବେଳେ ପ୍ରଶାନ୍ତ କର, ସେବକ ସେନାପତି, ବୀରବର ସୁବୁଦ୍ଧି ସହଯୋଗ ପ୍ରଦାନ କରିଥିଲେ ।

Leave A Reply

Your email address will not be published.