ପଞ୍ଚାୟତ ଗୃହରେ ଭଙ୍ଗାରୁଚା କରିବା ସହ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ ଓ ଧମକ ଚମକ ଦେଇଥିବା ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତରେ ଜୈନିକ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ ପଡ଼ିଥିବା ନେଇ ଶନିବାର ପଞ୍ଚାୟତ ଗୃହକୁ ଯାଇ ଆସବାପତ୍ର ସାଙ୍ଗକୁ ଚୌକି ଭଙ୍ଗାରୁଚା କରିବା ସହ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ କରି ଧମକ ଚମକ ଦେଇଥିବା ସଇଁତଲା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପ୍ରକାଶଯୋଗ୍ୟ ଯେ, ଡେଙ୍ଗ ଗାଁର ବନ ରଣା ପଞ୍ଚାୟତ ଅଫିସକୁ ସକାଳ ୧୧ ଘଣ୍ଟା ସମୟରେ ଯାଇ ମୋର ମାଆ ଆବାସ ଯୋଜନାରେ କାହିଁକି ବାଦ ପଡିଲା ବୋଲି ସରପଞ୍ଚ ଇତିଶ୍ରୀ ସାହୁ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ମହାନ୍ତିଙ୍କୁ ଗାଳିଗୁଲଜ କରିବା ସହ ରାସ୍ତାରେ ଦେଖିଲେ ମାଡ ମାରିବି ବୋଲି ଧମକ ଚମକ ଦେଇଥିଲେ । ପରେ ଅଫିସର ୨ ଗୋଟି ଚୌକି ଭଙ୍ଗାରୁଚା କରିଥିଲେ ବୋଲି ଡେଙ୍ଗ ସରପଞ୍ଚ ଇତିଶ୍ରୀ ସାହୁ ସଇଁତଲା ଥାନାରେ ଲିଖିତ ଏତଲା ଦେଇଛନ୍ତି । ବର୍ତମାନ ଦୁହେଁ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଭୟଭୀତ ଅବସ୍ଥାରେ ଥିବା ଏତଲାରେ ଦର୍ଶାଇଛନ୍ତି । ତେଣୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.