ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ଘରେ ଡକାୟତି ଅଭିଯୋଗ

ସୁନ୍ଦରଗଡ଼ : ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ବିଜେଡି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଗୋପାଳ ପ୍ରଧାନଙ୍କ ବିଲେଇମୁଣ୍ଡା ସ୍ଥିତ ବାସଭବନରେ ଡକାୟତି ହୋଇଥିବା ଅଭିଯୋଗ ହୋଇଛି । ଗୁରୁବାର ରାତିରେ ୫ ଜଣ ଡକାୟତ ଘର ପଛପଟ ଦେଇ ପଶିବା ସହ ଘରେ ଥିବା ସମସ୍ତ ସଦସ୍ୟଙ୍କୁ ବାନ୍ଧି ଦେଇ ବନ୍ଧୁକ ଦେଖାଇ ସମସ୍ତ ସୁନା, ରୁପା, ଟଙ୍କା ଲୁଟ୍ କରି ନେଇଛନ୍ତି । ଏପରିକି ତାଙ୍କର ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଓ ଜାଇଲୋ ଗାଡିକୁ ଲୁଟ୍ କରି ଫେରାର ହୋଇଯାଇଛନ୍ତି । ଏ ନେଇ ହେମଗିରି ଥାନାରେ ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ୫ ଜଣ ଡକାୟତ ଘର ପଛପଟ ଦେଇ କବାଟ ଭାଙ୍ଗି ପ୍ରଥମେ ଗୋପାଳ ପ୍ରଧାନଙ୍କ ପୁଅ ଆଶିଷଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ଆଶିଷ ଓ ତାଙ୍କ ପତ୍ନୀଙ୍କୁ ବାନ୍ଧି ଦେଇଥିଲେ । ଏହା ପରେ ଘରର ଅନ୍ୟ ସଦସ୍ୟମାନଙ୍କୁ ବାନ୍ଧି ଦେଇଥିଲେ । ଦୀର୍ଘ ଦେଢ଼ ଘଣ୍ଟା ଲୁଟପାଟ୍ କରିବା ପରେ ଫେରାର ହୋଇ ଯାଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave A Reply

Your email address will not be published.