ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ନ୍ଧନା ଉତ୍ସବ

ତରଭା, (ଜିତେନ୍ଦ୍ର ସା) : ଶିକ୍ଷକ ଯିଏ କି ବି‌ଶ୍ୱରେ ଦ୍ୱିତୀୟ ଗୁରୁ ରୂପେ ସ୍ଥାନ ପାଇଛନ୍ତି । ଯିଏ ସ୍ଥାନରେ ନୁହେଁ କାମରେ ମଧ୍ୟ କରି କି ଦେଖାନ୍ତି । ଆପଣ ମାନେ ତ ବହୁତ ସ୍ଥାନରୁ ଶୁଣି ଥିବେ ଦେଖି ଥିବେ ଆଉ ବହୁତ ଗୁଡ଼ାଏ ଶିକ୍ଷକଙ୍କ ମଧ୍ୟ ନିଃସ୍ଵାର୍ଥପର କାର୍ୟ୍ୟ ବିଷୟରେ ଜାଣିଥିବେ ଯିଏ କି ନିଜ ଘର ଭଳି ସ୍କୁଲକୁ ମଧ୍ୟ ସୁନ୍ଦର ଶୋଭିତ ବିଦ୍ୟାମନ୍ଦିର ସ୍ଥାପନ କରିଥାନ୍ତି । ପିଲାମାନଙ୍କ ଭବିଷ୍ୟତ କିପରି ଭଲ ହେବ, କିପରି ଭଲ ପାଠ ପଢ଼ି ନିଜ ସ୍କୁଲ, ଗାଁ, ବାପା ମା ଓ ଶିକ୍ଷକଙ୍କୁ ଗର୍ବ ଅନୁଭବ କରାଇବେ ସ୍କୁଲ କିପରି ସଫା ସୁତୁରା ରହିବ ସେ ଚିନ୍ତାରେ ସବୁ ଥାନ୍ତି । ଆଉ ଏମିତି ହିଁ ଜଣେ ଶିକ୍ଷକ ଦେଖିବାକୁ ମିଳିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ଅନ୍ତର୍ଗତ ଦେଉଳପଦର ଗାଁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚୈତନ୍ୟ କୁମାର ବାରିକ । ଆଜି ତାଙ୍କର ସରକାରୀ ନିୟମାନୁସାରେ ଶେଷ ଦିନ ଅର୍ଥାତ୍ ଅବସରପ୍ରାପ୍ତ ସମୟ । ତାଙ୍କର ମହାନ୍ ଗୁଣ, ସ୍ୱାର୍ଥହୀନ ଜନୈକ ସ୍ୱଭାବ ଓ ସମସ୍ତଙ୍କ ପ୍ରତି ଭଳ ପାଇବା ଯୋଗୁଁ ଆଜି ତାଙ୍କୁ ତରଭା ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସେ ସମସ୍ତ ଶିକ୍ଷକ ସଂଘ ପାଇଁ ଜଣେ ଆଦର୍ଶ । ସେ ଦେଉଳପଦର ପ୍ରାଥମିକ ବିଦ୍ୟାଳୟରେ ୨୦୦୯ ମସିହାରେ ପ୍ରଧାନ ଶିକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ । ସେ ଯେତେବେଳେ ନିଯୁକ୍ତ ହୋଇଥିଲେ ସ୍କୁଲ ଗୋଟିଏ ମରୁଭୂମି ସଦୃଶ ଦୃଶ୍ୟମାନ ଦେଖାଯାଉଥିଲା ଓ ସେଠି ସ୍କୁଲ ଛୁଟି ହେବା ମାତ୍ରେ ଜୁଆ ଆଡ୍ଡାରେ ରୂପାନ୍ତରଣ ହୋଇଯାଇଥିଲା । ହେଲେ ତାଙ୍କର ଦୃଢ଼ ଇଚ୍ଛାଶକ୍ତି, ମନୋବଳ ଓ କଠିନ ପରିଶ୍ରମ ଆଗରେ ମରୁଭୂମି ସାଜିଥିଲା ଏକ ମନୋରମ ଭରାଦୃଶ୍ୟ । ଗ୍ରାମବାସୀଙ୍କ କହିବା ଅନୁସାରେ ତାଙ୍କ ଆଗରୁ କେହି ଜଣେ ବି ଏମିତି ଭାବରେ ସ୍କୁଲକୁ ରୂପାନ୍ତରଣ କରିବା ତ ଦୂରର କଥା କେହି ଚେଷ୍ଟା ମଧ୍ୟ କରିନଥିଲେ । ବିଦ୍ୟାଳୟକୁ ପରିସ୍କାର ପରିଛନ୍ନ ରଖିବା ସହ ପିଲାମାନଙ୍କ ପାଠପଢ଼ା ପଢ଼ିରେ ମଧ୍ୟ ଅନେକ ପରିବର୍ତନ ଆଣିଥିଲେ । ତାଙ୍କର ଏମିତି ଅନେକ ଗୁଡ଼ିଏ ମହାନ୍ ହିତକର କାର୍ୟ୍ୟ ଅଛି ଯାହା ସେ ନିଃସ୍ଵାର୍ଥପର ଭାବରେ କରିଛନ୍ତି ସବୁ ଯାକ ବର୍ଣ୍ଣନା କରିବା ସମ୍ଭବ ନୁହେଁ । ଆଜି ତାଙ୍କ ଅବସରପ୍ରାପ୍ତ ସମ୍ବର୍ନ୍ଧନା ଉତ୍ସବରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ମାନେ ଭାବୁକ ହୋଇ ପଡ଼ିଥିଲେ ।

Leave A Reply

Your email address will not be published.