oum

ଗୁଣିଗାରେଡି ସନ୍ଦେହରୁ ଗଣ୍ଡଗୋଳ, ପୀଡିତଙ୍କୁ ବିଷ୍ଠା ଖୁଆଇ ୪ ଜଣ ଗିରଫ

jsm

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ତୁଷୁରା ଥାନା ଶିରାବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ଏ ସଂପର୍କରେ ଅଂଚଳରେ ଚର୍ଚ୍ଚା ଜୋର୍‌ ଧରିଛି । ଗୁଣିଗାରେଡି ସନ୍ଦେହରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହେବା ପରେ ପୀଡିତଙ୍କୁ ବିଷ୍ଠା ଖୁଆଇବା ସହ ମାରପିଟ କରିଥିବା ନେଇ ଥାନାରେ ପହଂଚିଚି ଅଭିଯୋଗ । ଅଭିଯୋଗ ପରେ ୪ ଜଣଙ୍କୁ ଗିରଫ କରିବା ସହ ଉଭୟ ପକ୍ଷଙ୍କ ୨୬ରୁ ଅଧିକ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ବେଳେ ଘଟଣା ସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ଶିରାବାହାଲ ଗ୍ରାମର ଶୁକ୍ରୁ ନାଗ ଗୁଣିଗାରେଡି କରୁଥିବା ନେଇ ଗାଁର ବିରଚିଂ ଛତ୍ରିଆ ସନ୍ଦେହ କରି ଆସୁଥିଲେ । ଏନେଇ ଗତ କିଛି ଦିନ ହେଲା ଉଭୟ ପରିବାର ଲୋକଙ୍କ ମଧ୍ୟରେ କଲହ ଲାଗି ରହିଥିବା ଜଣାପଡିଛି । ତେବେ ଗୁଣିଗାରେଡିକୁ ନେଇ ଗତକାଲି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ତେବେ ଘଟଣା ସ୍ଥଳରେ ବିରଂଚି ଛତ୍ରିଆ ଶୁକ୍ରୁଙ୍କ ମୁହଁରେ ବିଷ୍ଠା ଲଗାଇ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ସୂଚନାରୁ ଜଣାପଡ଼ିଛି ।

Leave A Reply

Your email address will not be published.