jayashree

ସଟ୍‌ ଡାଉନ୍‌ ରାତିରେ ଦୁଇ ଦୁଇଟା ଗାଡି ପୋଡ଼ିଲେ ଦୁର୍ବୁତ୍ତ : ତଦନ୍ତ ଅବ୍ୟାହତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର କନ୍ଧମାଳ ଜିଲ୍ଲାରେ ଦୁଇ ଦିନିଆ ସଟ ଡାଉନର ଫାଇଦା ନେଇ କିଛି ଦୁର୍ବୁତ୍ତ ଷ୍ଟେଟ ବ୍ୟାଙ୍କର ଟଙ୍କା ନେବା ଆଣିବା ଗାଡି ର ତାଲା ଭାଙ୍ଗି ଟଙ୍କା ନେବା ପାଇଁ ଉଦ୍ୟମ କରିଥିଲେ । ଘଟଣାରୁ ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ପିଅନପଡାର ଗୁଡିପିଟା ସାହିରେ ଗତକାଲି ଶନିବାର ବିଳମ୍ବିତ ରାତିରେ ଉକ୍ତ ବ୍ୟାଙ୍କ ଗାଡିର ତାଲା ଭାଙ୍ଗି ଟଙ୍କା ନେବାଲାଗି ଉଦ୍ୟମ କରିଥିଲେ ଥିଲେ କିଛି ଦୁର୍ବୁତ୍ତ । ତାଲା ନ ଭାଙ୍ଗିବାରୁ ଷ୍ଟେଟ ବ୍ୟାଙ୍କର କ୍ୟାସ୍ ଗାଡିକୁ ନିଆଁ ଲଗେଇ ଦେଇ ପୋଡ଼ିବା ସହିତ ନିକଟରେ ଥିବା ଏକ ସ୍ୱିଫ୍ଟ ଡିଜ଼ଏରୋ ଗାଡିକୁ ମଧ୍ୟ ପୋଡି ଦେଇଥିଲେ ଦୁର୍ବୁତ୍ତ ମାନେ । ଗାଡି ପୋଡିବା ସମୟରେ ଟାୟାର୍ ଟି ଫାଟି ଯିବାରୁ ଜୋର ଶବ୍ଦ ଶୁଣି ନିକଟରେ ରହୁଥିବା ସ୍ଥାନୀୟ ଲୋକ ଉଠି ବାହାରକୁ ଆସି ଦେଖିବା ବେଳକୁ ଗାଡି ଜଳୁଛି । ସଙ୍ଗେ ସଙ୍ଗେ ନିଆଁ ଲିଭାଇବା ସହ ପୋଲିସକୁ ଖବର ଦେଇଥିଲେ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟ ପକ୍ଷରେ କିଏ ଏସବୁ ଗାଡି ପୋଡିଛନ୍ତି ଓ କାହିଁକି ପୋଡିଛନ୍ତି ଏବଂ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଅତି ଶୀଘ୍ର ଗିରଫ କରାଯିବ ବୋଲି ଫୁଲବାଣୀ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି ।

Leave A Reply

Your email address will not be published.