ମୁଖ୍ୟମନ୍ତ୍ରୀ କେଜ୍ରିୱାଲ‌ଙ୍କ ଜରୁରୀ ବୈଠକ ଆହ୍ୱାନ : ଦିଲ୍ଲୀରେ କରୋନାର ତୃତୀୟ ଲହର

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି କରୋନାର କାୟାବିସ୍‌ସ୍ତାର ଦେଖିବାକୁ ମିଳିଛି । କରୋନାର ଭୟାନକ ତୃତୀୟ ଲହର ଦିଲ୍ଲୀବାସୀଙ୍କ ଜୀବନ ଓ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇବାର ଆଶଙ୍କା କରାଯାଉଛି । ଏଭଳି ସ୍ଥିତିର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଜରୁରୀ ବୈଠକ ଡ଼ାକିଥିବା ସୂଚନା ମିଳିଛି । ତେବେ ଆସନ୍ତାକାଲି ଅପରାହ୍ନରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ସୂଚନା ଅନୁସାରେ ବୈଠକରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ପାଇଁ ଆଇସିୟୁ, ଭେଣ୍ଟିଲେଟର ଉପରେ ଆଲୋଚନା କରାଯିବ ।

ମୁଖ୍ୟମନ୍ତ୍ରୀ ଶ୍ରୀ କେଜ୍ରିୱାଲ କହିଛନ୍ତି ଯେ କିଛି ସମୟ ଲାଗି ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ତୃତୀୟ ତରଙ୍ଗ କୁହାଯାଇପାରେ ।

Leave A Reply

Your email address will not be published.