ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ଦେଶରେ ଲଗାତର ବଢୁଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ସକାଳେ ପେଟ୍ରୋଲ ଓ ଡିଜେଲ ଦର ୮୦ ରୁ ୮୫୦ ପଇସା ବଢ଼ିଛି । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ ବଢ଼ିଯାଇ ୯୭.୦୧ ଟଙ୍କା ପ୍ରତି ଲିଟରକୁ ହୋଇଛି । ସେହିଭଳି ଡିଜେଲ ପ୍ରତି ଲିଟର ପିଛା ୮୮.୨୭ ଟଙ୍କା ହୋଇଛି ।

ଆଜିର ଦାମ ବଢ଼ିବା ପରେ ମୁମ୍ୱାଇରେ ପେଟ୍ରୋଲ ଲିଟର ପିଛା ୧୧୧.୬୭ ଟଙ୍କା ହୋଇଥିବା ବେଳ ଡିଜେଲ ପ୍ରତି ଲିଟର ପିଛା ୯୫.୮୫ ଟଙ୍କା ହୋଇଛି । ସେହିଭଳି କୋଲକାତାରେ ମଧ୍ୟ ପେଟ୍ରୋଲର ଦରରେ ବୃଦ୍ଧି ଘଟିଛି । ସେଠାରେ ପେଟ୍ରୋଲ ଲିଟର ପିଛା ୧୦୬.୩୪ ଟଙ୍କା ଥିବା ବେଳେ ଡିଜେଲର ଦର ଲିଟର ପିଛା ୯୧.୪୨ ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୦୨.୯୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୯୫ ଟଙ୍କା ହୋଇଛି ।

ସୂଚନା ଥାଉକି, ୫ଟି ରାଜ୍ୟରେ ନିର୍ବାଚନ ସରିବା ପରେ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ ଯେ, ଏବେ କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି କରିପାରନ୍ତି । ପୂର୍ବରୁ ନିର୍ବାଚନ ଚାଲିଥିବା ସମୟରେ ତୈଳ କମ୍ପାନୀଗୁଡ଼ିକୁ ତୈଳ ଦର ବୃଦ୍ଧି ନକରିବା ପାଇଁ କେନ୍ଦ୍ର ସରକାର କହିଥିଲେ ବୋଲି ଅଭିଯୋଗ କରିଥିଲେ ବିରୋଧୀଦଳ । ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୨ ଡଲାର ରହିଛି । ତୈଳ କାମ୍ପାନୀଗୁଡ଼ିକ କହିଛନ୍ତି ଆଗକୁ ଖୁଚୁରା ଦାମରେ ମଧ୍ୟ ବୃଦ୍ଧି ଘଟିପାରେ ।

Leave A Reply

Your email address will not be published.