ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନକୁ ନେଇ ଉତ୍ତରପ୍ରଦେଶରେ ସରଗରମ ହେବାରେ ଲାଗିଛି ମାହୋଲ୍ । ଏହା ବ୍ୟତୀତ ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁରରେ ବି ରାଜନୈତିକ ଉଷ୍ମତା ତୀବ୍ର ହେବାରେ ଲାଗିଛି । ୟୁପିରେ ଭାରତୀୟ ଜନତା ପାର୍ଟି ଲଖନଉରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ, କେଶବ ପ୍ରସାଦ ମୌର୍ୟ୍ୟ ଏବଂ ଦଳର ଅନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ । ଏଥି ସହିତ ଆଜି ପ୍ରିୟଙ୍କା ଗାନ୍ଧୀ ଏଆଇସିସିର ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଥିଲେ ମଧ୍ୟ ଏହାକୁ ସ୍ଥଗିତ ରଖାଯାଇଛି । ସାମ୍ବାଦିକ ସମ୍ମିଳନୀକୁ ବାତିଲ କରିବାର କାରଣ ସ୍ପଷ୍ଟ ହୋଇନାହିଁ । ଏହା ସହିତ, ସମସ୍ତ ପ୍ରମୁଖ ଦଳ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଚାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଂଜାବର ମୋହାଲିରେ ଏକ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛୁ, ବର୍ତ୍ତମାନ ପଞ୍ଜାବର ପାଳି ।
Prev Post