oom

ସୁଶାନ୍ତ ସିଂହ ମୃତ୍ୟୁ ମାମଲାକୁ ନେଇ ଅର୍ବାଜ୍‌ ଖାନ୍‌ ମକଦ୍ଦମା ରୁଜୁ କଲେ

jsmm

ମୁମ୍ବାଇ : ଅଭିନେତା ତଥା ଫିଲ୍ମ୍‌ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଅର୍ବାଜ ଖାନ ମାନହୀନ ମାମାଲା ରୁଜୁ କରିଛନ୍ତି । ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଏବଂ ତାଙ୍କ ମ୍ୟାନେଜର୍‌ ଦିଶାଙ୍କ ମୃତ୍‌୍ୟୁ ମାମାଲାରେ ତାଙ୍କ ନାଁ ଯୋଡିବାରୁ ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କ ବିରୋଧରେ ଗତକାଲି ବମ୍ବେ ସିଭିଲ୍‌ କୋର୍ଟରେ ସେ ଏପରି ମାମାଲା ରୁଜୁ କରିଛନ୍ତି ବୋଲି ଖବର ମିଳିଛ । ବମ୍ବେର ସିଭିଲ୍‌ କୋର୍ଟ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ୟୁଟ୍ୟୁବ୍‌, ଟ୍ୱିଟର, ଇନ୍‌ଷ୍ଟାଗ୍ରାମ୍‌ ଏବଂ ଫେସ୍‌ବୁକ୍‌ ଆଦି ସୋସିଆଲ ମିଡିଆରେ ଏହି ଆପତ୍ତିଜନକ ପୋଷ୍ଟ ହଟାଇବାକୁ ସିଭିଲ୍‌ କୋର୍ଟ ର୍ନିଦ୍ଦେଶ ଦେଇଛନ୍ତି ।

jittmm
Leave A Reply

Your email address will not be published.