csstore

କରୋନା ଆରୋଗ୍ୟ ସରକାରୀ କର୍ମଚାରୀଙ୍କ ପ୍ଲାଜ୍‌ମା ଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ କାମଦେବ ଭୋଇ ତଥା ଜିଲ୍ଲା ଶିଳ୍ପ କେନ୍ଦ୍ର ବଲାଙ୍ଗିରର ଆଇପିଓ ଧନ ଟୁଡ଼ୁ ସ୍ୱେଚ୍ଛାକୃତ ଭାବେ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ, ବୁର୍ଲାର ପ୍ଲାଜ୍‌ମା ଭଣ୍ଡାର ଠାରେ ପ୍ଲାଜ୍‌ମା ଦାନ କରିଛନ୍ତି । ପ୍ରକାଶ ଥାଉ କି, ଶ୍ରୀ ଭୋଇ ଓ ଶ୍ରୀ ଟୁଡ଼ୁ ନିଜେ କରୋନା ଆକ୍ରାନ୍ତ ହୋଇ ଆଇସୋଲେସନ୍‌ରେ ରହି ଚିକିତ୍ସା ପରେ କରୋନା ମୁକ୍ତ ହୋଇଥିଲେ । ଏହି ମହତ୍‌ କାର୍ଯ୍ୟ ପାଇଁ ଉଭୟଙ୍କୁ ଭୀମ୍‌ସାର୍‌ ପ୍ଲାଜ୍‌ମା ଭଣ୍ଡାରଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ନିଜେ କରୋନାକୁ ପରାସ୍ତ କରି ଅବଶେଷରେ ଗୁରୁତର କରୋନା ରୋଗୀଙ୍କ ଜୀବନ ବଂଚାଇବା ସକାଶେ ସ୍ୱେଚ୍ଛାକୃତ ଭାବେ ପ୍ଲାଜ୍‌ମା ଦାନ କରିଥିବାରୁ ଉପରୋକ୍ତ ସରକାରୀ କର୍ମଚାରୀ ଦ୍ୱୟଙ୍କୁ ଜିଲ୍ଲା ପ୍ରଶାସନ ତଥା ଏ ଅଂଚଳର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି । ଉଭୟଙ୍କ ଏଭଳି ମହତ୍‌ କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବ ବୋଲି ଅଂଚଳରେ ମତପ୍ରକାଶ ପାଉଛି ।

jayashree
Leave A Reply

Your email address will not be published.