ମାନସିକ ସୁସ୍ଥତା, ଆତ୍ମଜାଗୃତି ଏବଂ ଚିନ୍ତାରୁ ମୁକ୍ତି ପାଇଁ ଲାୟନ୍ସ କ୍ଲବ ତରଫରୁ ମନୋଭଲମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ତରଫରୁ ସ୍ଥାନୀୟ ଲାୟନ୍ସ ଡେନ୍‌ରେ ସନ୍ଧ୍ୟା ୫:୩୦ ଟାରେ ମାନସିକ ସୁସ୍ଥତା, ସକାରାତ୍ମକତା ଓ ଆତ୍ମଜାଗୃତି ବିଷୟରେ ଏକ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ନାମ ଥିଲା “ମନୋଭଲମ୍”, ଯାହାକୁ ଡ. ସର୍ବେଶ୍ୱରଜୀ (ଦିବ୍ୟ ଜ୍ୟୋତି ଜାଗୃତି ସଂସ୍ଥାନ) ଆସି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସେ ଆଇ ଆଇ ଟି ଦିଲ୍ଲୀରୁ ପିଏଚ୍‌ଡି ପ୍ରାପ୍ତ, ଜଣେ ଆନ୍ତର୍ଜାତୀୟ ବକ୍ତା ଏବଂ କଥା ବ୍ୟାସ ଅଟନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ସହରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ମାନସିକ ଚାପରୁ ମୁକ୍ତ ହୋଇ ପାରିବେ ସେ ବିଷୟରେ ଜ୍ଞାନ ଆହରଣ କରିଥିଲେ । ଏଥିରେ ଟିଟିଲାଗଡ଼ ନାଗରିକ ମଞ୍ଚର ସଭାପତି ରାଧାକାନ୍ତ ପାଢ଼ୀ, ଚେମ୍ବର୍ ଅଫ କମର୍ସର ସଭାପତି ଈଶ୍ୱର ଜୈନ, ଟିଟିଲାଗଡ଼ ବଣିକ ସଂଘର ସଦସ୍ୟ ବସନ୍ତ ସାହୁ, ଟିଟିଲାଗଡ଼ ତହସିଲଦାର, ବଡ଼ମାଳ ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ କର୍ମଚାରୀ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବ ପରିଡ଼ା, କବି ସଞ୍ଜୟ ଅଗସ୍ତି, ବିଜେପି ନେତା ପ୍ରମୋଦ ସରାଫ, ପ୍ରଦୀପ ସାହୁ, କଂଗ୍ରେସ ନେତା ଦେବାନନ୍ଦ ସାହୁ, ବଙ୍ଗୋମୁଣ୍ଡା ବ୍ଲକର କର୍ମଚାରୀ ମାଣିକ୍ୟ ନାଗ, ଗୁଜୁରାତି ସମାଜର ହରିଶ ରାୟଥଟା, କୋଅପରେଟିଭ ସୋସାଇଟିର ଅବସର ପ୍ତାପ୍ତ ଅଧିକାରୀ ଜୀବନ ବହିଦାର, ଶିରିଡ଼ି ସାଇ ସଂସ୍ଥାନର ଚିନ୍ତାମଣି ମହାପାତ୍ର, ନାୟକ କୋଚିଙ୍ଗ ସେଣ୍ଟରର ପରିଚାଳକ ଦୀପକ ନାୟକ, ବିଜେପି ନଗର ସଭାପତି ସୁନିଲ ଆଚାର୍ଯ୍ୟ, ଏସବିଆଇ ଲାଇଫ ଇନସ୍ୟୁରାନସ କମ୍ପାନୀର ବ୍ରାଞ୍ଚ ମ୍ୟାନେଜର ଲୋକେଶ ନାୟକ, ଜେନେରାଲି ସେଣ୍ଟ୍ରାଲ ଲାଇଫ ଇନସ୍ୟୁରାନ୍ସ କମ୍ପାନୀର ବ୍ରାଞ୍ଚ ମ୍ୟାନେଜର କୈଳାସ ପୋଡ, ଆଇନଜୀବୀ ସୁମନ୍ତ ବେହେରା, ରକ୍ତଦାତା ସଂଘର ସଲିମ୍ ମେମନ୍ ଏବଂ ସହରର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଲାୟନସ କ୍ଲବ, ଲିଓ କ୍ଲବ, ଯେସିଆଇ କ୍ଳବର୍ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ଲାୟନ୍ସ କ୍ଲବ ସଭାପତି ସଞ୍ଜୟ ସୋନି, ସମ୍ପାଦକ ପଙ୍କଜ ନାମଦେବ, ପ୍ରୋଜେକ୍ଟ ଡାଇରେକ୍ଟର ଲାୟନ ସଞ୍ଜୟ ନାୟକ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଲାୟନ୍ସ କ୍ଲବର ପିଡିଜି ଯମୁନା ପ୍ରସାଦ ଗୋଏଲ, କ୍ଲବର ବରିଷ୍ଠ ସଦସ୍ୟ ଲାୟନ ଶମ୍ଭୁ ପ୍ରସାଦ ଗୋଏଲ, ମଦନ ପୃଷ୍ଟି, ରାକେଶ ଜୈନ,ସନ୍ତୋଷ ମହାନ୍ତି, ଦୀପକ ଗୋଏଲ, ଲିଙ୍ଗରାଜ ସାହୁ, ଦୀପକ ପୃଷ୍ଟି, ଗଙ୍ଗାଧର ଶର୍ମା, ଲାୟନ ଲଲାଟେନ୍ଦୁ ସାହୁ, ଉମେଶ କନୋଡିଆ, ପ୍ରଭାତ ଗୋଏଲ, ଶ୍ୟାମ ଗୋଏଲ, ଅସୀମ କୁଣ୍ଡୁ, ଧିରଜ ସାହୁ, ମହିଳା ସଦସ୍ୟା ଶ୍ରୀମତି ବିନ୍ଦୁ ସାହୁ, ମିନାକ୍ଷୀ ସାହୁ, ଜୁଲି ସାହୁ, ଗୀତାଞ୍ଜଳି ମହାରଣା, ବବିତା ଶର୍ମା, ଲିଓ କ୍ଲବର ଶୁଭଦୀପ ସାମନ୍ତ, ରୋସନ ଖମାରୀ, ସୁଶିଲ ଗୋୟଲ୍ ପରିଚାଳନା କରିବାରେ ସହଯୋଗ କରିଥିଲେ । ତେବେ ଆୟୋଜକ କମିଟିର ଉମା ଦେବୀ ଅଗ୍ରୱାଲଙ୍କ ସହ ଦୁଇ ସାଧବି ଦେବୀ ଓ ଭାଇମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ସରିବା ପରେ ଡ. ସର୍ବେଶ୍ଵରଜିଙ୍କୁ କ୍ଲବ ତରଫରୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.