- ଭାରତ ୨୦୨୭ ସୁଦ୍ଧା ତୃତୀୟ ବୃହତ୍ତମ ଅର୍ଥ ବ୍ୟବସ୍ଥା ହେବ
- ଭାରତୀୟ ବଜାର ପୁଞ୍ଜି ୨୦୩୦ ସୁଦ୍ଧା ହେବ ୧୦ ଟ୍ରିଲିୟନ ଡଲାର
ନୂଆଦିଲ୍ଲୀ, (ପିଆଇବି) : ବୈଶ୍ୱିକ ପୁଞ୍ଜି ବିନିଯୋଗ ଉପଦେଷ୍ଟା ଫାର୍ମ ଜେଫ୍ରିଜ ଭାରତୀୟ ଅର୍ଥନୀତି ଓ ଏହାର ଅଂଶସମୂହ ବଜାର ନିମନ୍ତେ ଏକ ଆଶାଜନକ ପରିକଳ୍ପନା କରିଛି । ସର୍ବଶେଷ ଆକଳନ ଅନୁସାରେ ନ୍ୟୁୟର୍କ ସ୍ଥିତ ଏହି କମ୍ପାନୀ କହିଛି ଯେ ଗତ ଦଶନ୍ଧି ମଧ୍ୟରେ ଭାରତରେ ହୋଇଥିବା ମୌଳିକ ପରିପାଟୀଗତ ସଂସ୍କାର ଯୋଗୁଁ ଦେଶର ଏହା ସମ୍ପୂର୍ଣ୍ଣ ସାମର୍ଥ୍ୟ ଉପଯୋଗ କରିପାରିଛି । କମ୍ପାନୀ କହିଛି ଯେ “ଆଗାମୀ ଚାରିବର୍ଷ ମଧ୍ୟରେ ଭାରତର ଜିଡିପି ୫ ଟ୍ରିଲିୟନ ଡଲାର ଛୁଇଁବା ସହ ୨୦୨୭ ସୁଦ୍ଧା ଏହାକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥ ବ୍ୟବସ୍ଥା ଥିବା ଦେଶରେ ପରିଣତ କରିବ । ଭାରତ ଏହାର ଦ୍ରୁତତମ ଓ ବୃହତ୍ତମ ଅର୍ଥନୀତି ଅଭିବୃଦ୍ଧି ହାର ବଳବତ୍ତର ରଖିବା ସହ ଜାପାନ ଓ ଜର୍ମାନୀକୁ ମଧ୍ୟ ଟପିଯିବ ।” ନିରନ୍ତର ଆର୍ଥିକ ଅଭିବୃଦ୍ଧି ପ୍ରକ୍ରିୟା ଯୋଗୁଁ ଜେଫ୍ରିଜ୍ ଭାରତୀୟ ଷ୍ଟକ ବଜାର ୨୦୩୦ ସୁଦ୍ଧା ୧୦ ଟ୍ରିଲିୟନ ଆମେରିକୀୟ ଡଲାର ଛୁଇଁବା ଆକଳନ କରିଛି । ରିପୋର୍ଟ ଅନୁସାରେ ଭାରତୀୟ ଅର୍ଥ ବଜାର ୪.୩ ଟ୍ରିଲିୟନ ଆମେରିକୀୟ ଡଲାର ସହ ବର୍ତ୍ତମାନ ବିଶ୍ୱରେ ପଞ୍ଚମ ସ୍ଥାନରେ ଥିବାବେଳେ, ଆମେରିକା (୪୪.୭ଟ୍ରିଲିୟନ ଡଲାର), ଚୀନ(୯.୮ ଟ୍ରିଲିୟନ ଡଲାର), ଜାପାନ(୬ଟ୍ରିଲିୟନ ଡଲାର) ଓ ହଙ୍କକଙ୍ଗ (୪.୮ଟ୍ରିଲିୟନ)ଡଲାର ସହ ପ୍ରଥମ ଚାରିଟି ସ୍ଥାନରେ ଅଛନ୍ତି । ଭାରତୀୟ ଅଂଶଗତ ବଜାର ନିରବଚ୍ଛିନ ଭାବେ ଶତକଡା ଦଶଭାଗ ବାର୍ଷିକ ରିଟର୍ଣ୍ଣ ଡଲାର ମୂଲ୍ୟରେ ୫-୨୦ବର୍ଷ ମଧ୍ୟରେ ରହିବାର ଅନୁମାନ କରାଯାଉଛି, ଯାହା ବୈଶ୍ୱିକ ବଜାର ଦୃଶ୍ୟପଟରେ ଅତି ଉତ୍ତମ ବିବେଚନା କରାଯାଇପାରେ । ଏକ ନବୀକରଣୀୟ ପୁଞ୍ଜି ବ୍ୟୟଚକ୍ର ଓ ମଜବୁତ ରୋଜଗାର ପଦ୍ଧତି ଯୋଗୁଁ ଭାରତୀୟ ବଜାର ଆଗାମୀ ୫ରୁ ୭ବର୍ଷ ମଧ୍ୟରେ ଆକର୍ଷଣୀୟ ଅଭିବୃଦ୍ଧି ଘଟାଇବ ।
ଭାରତୀୟ ଘରୋଇ ସମ୍ପତ୍ତି ମାଲିକାନା
ଅଂଶଧନ ବାବଦ ଘରୋଇ ସମ୍ପତ୍ତି ୪.୭% – ନଗଦ ଅର୍ଥ ୩.୪%
ଭବିଷ୍ୟତ ନିଧି ଓ ପେନ୍ସନ୍ ଫଣ୍ଡ- ୫.୯% ବିମାନିଧି ୬%
ବ୍ୟାଙ୍କରେ ଗଚ୍ଛିତ ଜମା ୧୩.୮%- ସୁନା ୧୫.୫% ସମ୍ପତ୍ତି -୫୦.୮%
ଜ୍ରେଫିଜ ଆହୁରି ଅନୁମାନ କହିଛନ୍ତି ଯେ ଭାରତୀୟ ବଜାର ମାତ୍ର ୪.୭% ଘରୋଇ ଅଂଶଧନ ସଂଚୟ କରିଛି । ମାତ୍ର ଭାରତରେ ଡିଜିଟାଲ ଦେଣନେଣ ବୃଦ୍ଧି ପାରମ୍ପରିକ ଓ ପାଇକାରୀ ନିବେଶକାରୀ ମଧ୍ୟରେ ଥିବା ରେଖାକୁ ଅସ୍ପଷ୍ଟ କରିଦେଇଛି । ନିଜ ଆଙ୍ଗୁଠି ସାମ୍ନାରେ ପ୍ରଯୁକ୍ତି ଯୋଗୁଁ ଖୁଚୁରା ନିବେଶକମାନେ ବର୍ତ୍ତମାନ ଷ୍ଟକ ବଜାରରେ ଅସ୍ୱାଭାବିକ ପ୍ରବେଶ ପାଇ ବିନିଯୋଗକାରୀଙ୍କ ଉଦ୍ୟମକୁ ଅଧିକ ଲୋକାଭିମୁଖି କରିଛନ୍ତି । ଏହା ବ୍ୟତୀତ ପଦ୍ଧତିଗତ ବିନିଯୋଗ ଯୋଜନା (ଏସ୍ଆଇପିଏସ୍) ଖୁଚୁରା ବିନିଯୋଗକାରୀଙ୍କ ମଧ୍ୟରେ ବହୁଳଭାବେ ଲୋକପ୍ରିୟ ହେବାରେ ଲାଗିଛି । ରିପୋର୍ଟ ଆହୁରି କହିଛନ୍ତି ଯେ “ମ୍ୟୁଚୁଆଲ ଫଣ୍ଡ ଜରିଆରେ ବିନିଯୋଗନେଇ ସଚେତନତା ବୃଦ୍ଧି ନିୟନ୍ତ୍ରକ ଓ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପାଉଥିବା ଯୋଗୁଁ ଆମେ ଭାରତୀୟ ଅଂଶଧନ ବଜାରକୁ ଆହୁରି ଅଧିକ ସଂଚୟ ପ୍ରବାହ ଆଶା କରିପାରିବା ।”
-ବହୁ ରାଷ୍ଟ୍ରୀୟ କମ୍ପାନୀଗୁଡିକ ନିମନ୍ତେ ଭାରତରେ ପାଦ ଥାପିବାକୁ ପ୍ରକୃଷ୍ଟ ସମୟ-
ଜେଫ୍ରିଜ ଆହୁରି କହିଛି ଯେ ଏକ ଶକ୍ତିଶାଳୀ ଅଭିବୃଦ୍ଧି । ଭାରତୀୟ ବଜାରରେ କଳେବର ବୃଦ୍ଧି ଓ ଉଚ୍ଚ ଲାଭ ଫେରସ୍ତର ରେକର୍ଡ ଯୋଗୁଁ ବୈଦେଶିକ ବିନିଯୋଗକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ଦକ୍ଷିଣ କୋରିଆର ବହୁ ରାଷ୍ଟ୍ରୀୟ କମ୍ପାନୀ(ହୁଣ୍ଡାଇ)କୁ ଭାରତର ଅନୁଗାମୀ ହେବାର ନିଷ୍ପତ୍ତି ଅନ୍ୟାନ୍ୟ ବହୁ ରାଷ୍ଟ୍ରୀୟ କମ୍ପାନୀକୁ ଆମ ଦେଶରେ ମଜବୁତ ଭାବେ ପାଦ ଥାପିବାକୁ ଆମନ୍ତ୍ରଣ କରିବ । ଯଦି ଆମାଜନ, ସାମସଙ୍ଗ, ଆପେଲ, ଟୟୋଟା ଇତ୍ୟାଦି ସେହି ଢାଞ୍ଚାରେ ଚିନ୍ତା କରନ୍ତି ତେବେ ଭାରତୀୟ ପୁଞ୍ଜିବଜାରରେ ଏହା ଏକ ବଡ ଧରଣର ପରିବର୍ତ୍ତନ ଘଟାଇବ’ ବୋଲି ରିପୋର୍ଟ କହିଛି ।
ଗ୍ରାଫ
ବଡଧରଣର ସଂସ୍କାର
● ଜିଏସ୍ଟି ତ୍ୱରାନ୍ୱିତ କରିବା
କ୍ରେଡିଟ୍ ଭିତ୍ତିକ ଟିକସ ପଦ୍ଧତି ୧୦୦୦ପ୍ରକାର ବିଭିନ୍ନ ଟିକସ ଦରକୁ ପରିବତ୍ତିତ କଲା
● -ରେରା(ଘରବାଡି ନିୟନ୍ତ୍ରକ ଆଇନ)
ଘରବାଡି ସମ୍ପତ୍ତି ନିୟନ୍ତ୍ରକ ଆଇନ ୨୦୧୭ ବିଶାଳ ଅସଂଗଠିତ ସମ୍ପତ୍ତି କ୍ଷେତ୍ରକୁ ସ୍ୱଚ୍ଛ କରି ଗଢି ତୋଳିଛି ।
● -ଦେବାଳିଆ ଆଇନ
ବ୍ୟାଙ୍କ ବ୍ୟାଡ ଆସେଟ
ଅନୁପାତ ଶତକଡା ୧୧ରୁ ୪ଭାଗକୁ ୨୦୧୮ରେ ଖସିଛି
ବ୍ୟାଙ୍କ ଟାୟାର-୧କ୍ୟାପିଟାଲ
୧୩%-ରେକର୍ଡ ହାର
● -ଡିଜିଟାଇଜେସନ/ଫର୍ମାଲାଇଜେସନ
ଭାରତୀୟ ୟୁପିଆଇ/ୟୁଆଇଡି ଭଳି ଦ୍ରୁତ ଡିଜିଟାଲ ନେଣଦେଣ ପଦ୍ଧତିର ଭୁଲଭଟକା ଓ ବିଳମ୍ବରେ ସୁଧାର ଆଣିଛି
● -ମୁଦ୍ରାସ୍ପିତୀ ଲକ୍ଷ୍ୟ
ସିପିଆଇ -୨୦୧୪ ପୂର୍ବରୁ ଅଧା ହୋଇଛି କୋଭିଡ ପରେ ବୈଶ୍ୱିକ ମୁଦ୍ରାସ୍ପୀତିରେ ନମନିୟତା
● -ବିମୁଦ୍ରୀକରଣ
ଅଧିକ ଅର୍ଥ ଆହରଣ , ଅଧିକ ଆୟ ଘୋଷଣା ଓ ଅର୍ଥନୀତିରେ ଆନୁଷ୍ଠାନିକ ବ୍ୟବସ୍ଥା
ନିରନ୍ତର ସଂସ୍କାର ମଜଭୁତ ଭବିଷ୍ୟତର ମୂଳଦୁଆ
ଅଧିକ ଅଭିବୃଦ୍ଧି ନିମନ୍ତେ ସରକାରଙ୍କ ନିରନ୍ତର ସଂସ୍କାର କାର୍ଯ୍ୟକ୍ରମକୁ ରିପୋର୍ଟ ପ୍ରଶଂସା କରିଛି । “ଦେଶର ବ୍ୟାବସାୟିକ ସୁଗମତା ନିମନ୍ତେ ମୋଦୀ ସରକାର ୨୦୧୪ ପରଠାରୁ ସଫଳତାର ସହ ସଂସ୍କାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ୨୦୧୭ରେ ଜିଏସ୍ଟି ସଂସ୍କାର ଦେଶବ୍ୟାପୀ ଏକୀକୃତ ଟିକସ ପରିପାଟୀ ଲାଗୁ କରିବା ଯୋଗୁଁ ୟୁରୋଜୋନ ଢାଞ୍ଚାରେ ଭାରତୀୟ ରାଜ୍ୟଗୁଡିକରେ ସେବା ଓ ଦ୍ରବ୍ୟ ପ୍ରକ୍ରିୟା ଚାଲିଛି । ଏହା ମଧ୍ୟ ବ୍ୟାଙ୍କ ପ୍ରଣାଳୀକୁ ଅନାଦେୟ ଋଣ ପ୍ରକ୍ରିୟାର ଅନ୍ତ ଘଟାଇଛି । ରିଏଲ ଇଷ୍ଟେଟ ନିୟନ୍ତ୍ରଣ ଆଇନ (ରେରା) ୨୦୧୭ ବିଶାଳ, ଅସଂଗଠିତ ସମ୍ପତ୍ତି କ୍ଷେତ୍ରରେ ସ୍ୱଚ୍ଛତା ଆଣିଛି ବୋଲି ରିପୋର୍ଟ କହିଛି ।
ଉପସଂହାରରେ ରିପୋର୍ଟ ଦର୍ଶାଇଛି ଯେ “ ବିଶ୍ୱର ଭୂରାଜନୈତିକ ଅସନ୍ତୋଷ ମଧ୍ୟରେ ମଧ୍ୟ ଭାରତ ଜି-୭ ସହ ଉତ୍ତମ ବୁଝାମଣା କରିବା ତଥା ବ୍ରିକ୍ସ ସଦସ୍ୟଭାବେ ସଫଳ ହେବା ଓ ନୂଆ ଦିଲ୍ଲୀରେ ଗତ ସେପ୍ଟେମ୍ବରରେ ଜି-୨୦ ଶିଖର ସମ୍ମିଳନୀକୁ ବିଶ୍ୱବ୍ୟାପୀ ପ୍ରଶଂସା କରିଛନ୍ତି ।