ଲାୟନ୍ସ କ୍ଲବର ନୂତନ କୋଠା ନିର୍ମାଣ ନିମନ୍ତେ ଶିଳାନ୍ୟାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୧୧ନମ୍ବର ୱାର୍ଡର ବହୁ ପୁରାତନ ପ୍ରତିଷ୍ଠିତ ଲାୟନ୍ସ କ୍ଲବର ନୂତନ କୋଠା ନିର୍ମାଣ ନିମନ୍ତେ ଶୁକ୍ରବାର ପୂର୍ବାହ୍ନରେ ବିଧାୟକ ସୁବାଷଚନ୍ଦ୍ର ବେହେରାଙ୍କ କରକମଳରେ ଶିଳାନ୍ୟାସ ହୋଇଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ରାଜ୍ୟ ସରକାରଙ୍କ ୫ଲକ୍ଷ ଟଙ୍କା ଅନୁଦାନ ଅନୁମୋଦନ ହୋଇଥିବା ବେଳେ ସାଂସଦ ପାଣ୍ଠିରେ ମଧ୍ୟ ଆଉ ୫ଲକ୍ଷ ଟଙ୍କା ଅନୁଦାନ ମିଳିବ ବୋଲି କ୍ଲବ-କମିଟି କହିଛନ୍ତି । କ୍ଲବର ନବୀକରଣ ଓ ସୌନ୍ଦର୍ଯ୍ୟିକରଣ ଏବଂ ବ୍ୟାୟାମଶାଳାର ଏକ ଭବ୍ୟ ଭିତ୍ତିଭୂମିର କୋଠା ନିର୍ମାଣ ହେଉଥିବା ନେଇ ବହୁ କ୍ରୀଡା କସରତ ଯୁବ ଗୋଷ୍ଠୀ ଓ ଏହି ଅଞ୍ଚଳର ବୁଦ୍ଧିଜୀବୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ବର୍ଣ୍ଣାଢ଼୍ୟ ସମାରୋହରେ ଅନୁଷ୍ଠିତ ଭୂମିପୂଜନ ଓ ଶିଳାନ୍ୟାସ ଅବସରରେ ଛତ୍ରପୁର ଏନ୍ଏସି ଭାଇସ୍‌ ଚେୟାରମ୍ୟାନ ଜି.ପାପା ରାଓ, ସ୍ଥାନୀୟ କାଉନସିଲର ସନ୍ତୋଷୀ ସେଠୀ, କାଉନ୍‌ସିଲର୍‌ ଦେବାଶିଷ ମିଶ୍ର, ନଗର ବିଜେଡି ସଭାପତି ବି.ରାଜିବାବୁ, ଉପ-ସଭାପତି ଅଟଳ ବିହାରୀ ପଟ୍ଟନାୟକ, ନଗର ଯୁବ-ବିଜେଡି ସଭାପତି ତଥା ପୂର୍ବତନ କାଉନ୍‌ସିଲର୍‌ ଟି.ଚନ୍ଦ୍ରଶେଖର ରାଓ, ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ସନମୁଖ ପଟ୍ଟନାୟକ, ପୂର୍ବତନ କାଉନ୍‌ସିଲର୍‌ ତଥା ରିକାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ରାଜେଶ ସାହୁ, ପୂର୍ବତନ କାଉନ୍‌ସିଲର୍‌ କିଶୋର ଚନ୍ଦ୍ର ସେନାପତି, ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ପ୍ରଶାନ୍ତ ପଣ୍ଡା, ଲାୟନ୍ସ କ୍ଲବର ବହୁ କର୍ମକର୍ତ୍ତା, ବହୁ ବରିଷ୍ଠ ସଦସ୍ୟ, ପ୍ରମୁଖ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଖୁବଶୀଘ୍ର ଉକ୍ତ କାର୍ଯ୍ୟ ସମ୍ପନ୍ନ ହେବା ନିମନ୍ତେ କାମନା କରିଥିଲେ ।

Leave A Reply

Your email address will not be published.