ରଙ୍ଗ୍‌ଖେଲ୍‌ କେ ହେତଉ ଥା’….

  • ଆନଂଦ ଚଂଦ୍ର ସାହୁ

ଆମର୍‌ ଫାଲେ ଫଗୁନ୍‌ ପୁନି ଆର୍‌ ରଙ୍ଗ୍‌ଖେଲ୍‌ କେ ବଡ଼ା ଧୁମ୍‌ଧାମ୍‌ ଥି ପାଲନ୍‌ କରାହେସି । ଯଦିବି ଆମର୍‌ ଦେଶ୍‌ ସାରା ଇ’ ପରବ୍‌ କେ ବଡ଼ା ଗହକି ଥି ପାଲନ୍‌ କରାହେସି, ତଥାପି ବି ଆମର୍‌ ଫାଲେ ଇ’ ପରବ୍‌ର ମହକ୍‌ ନିଆରା ଆଏ । ହିନ୍ଦୁ ଧର୍ମର ବଢେ଼ ଟେ ପରବ୍‌ ହିସାବେ ଇତାକେ ନିଆହେସି । ହୁଇଲି ପୁଡ଼ାଲା ଉତ୍‌ରୁ ଫଗୁ ଆର୍‌ ରଙ୍ଗ୍‌ ମଖାମୁଖି ହେଇ କୋଶଲ୍‌ ବାହିର୍‌ ଲୁକେ ମେଲନ୍‌ ମେଶନ୍‌ ମନ୍ତର୍‌ କେ ଉଭାଗର୍‌ କରସନ୍‌ । ଘରୁ ଘର୍‌ ଇ’ ପରବ୍‌ ପାଲନ୍‌ ହଉଥିବାର୍‌ ଦେଖ୍‌ବାର୍‌ କେ ମିଲ୍‌ସି । ରାଗ୍‌ରୁଷା, ଇସ୍‌ରୋ ବିସ୍‌ରୋ, ମୁହୁଁ ଫୁଲାଫୁଲି କେ ମେଟେଇ ଦେଇ ପାର୍‌ସି ଇ’ ପରବ୍‌ ।

ସବୁ ହିନ୍ଦୁ ପରବ୍‌ ମେତାନ୍‌ ଇ’ ପରବ୍‌ର ବି ବଢେ଼ଟେ ପୌରାଣିକ କିମ୍ବଦନ୍ତୀ ରହିଛେ । ଅସତ୍‌ ଠାନୁ ସତ୍‌ର ଜିତ୍‌ କେ ନେଇକରି ହିଁ ଇ’ ପରବ୍‌ର ନିହି ପଡ଼ିଛେ । ମହାନ୍‌ ବିଷ୍ଣୁ ଭକ୍ତ ପ୍ରହଲ୍ଲାଦର ବୁଆ ଦାନବ ରଜା ହିରଣ୍ୟକଶ୍ୟପ ହର୍‌ମେସା ବିଷ୍ଣୁ ଭକ୍ତି ଠାନୁ ପ୍ରହଲ୍ଲାଦ୍‌କେ ହଟାବାର୍‌ ଲାଗି ପ୍ରହଲ୍ଲାଦ୍‌ ଉପରେ ଅତ୍ୟାଚାର୍‌ କରୁଥିଲା । ହିରଣ୍ୟକଶ୍ୟପର ବୁହେନ୍‌ ହୋଲିକା । ହୋଲିକା ବ୍ରହ୍ମାଙ୍କର୍‌ ଠାନୁ ବର୍‌ ପାଇଥିଲା, ଜୁଏ ତାହାକେ ଜାଲି ନେଇଁ ପାରେ ବଲି । ଇତାର୍‌ ଫାଏଦା ନେଇକରି ହିରଣ୍ୟକଶ୍ୟପ୍‌ ତାର ବିଷ୍ଣୁ ଭକ୍ତ ପୁଓ ପ୍ରହଲ୍ଲାଦ କେ ହୋଲିକାର କୁଲେ ବସେଇ ଦଁ ଦଁ ଜୁଏ ଥି ପୁଡେ଼ଇ ଦେବାର୍‌ କେ ଚେଷ୍ଟା କରିଥିଲା । ମାତର୍‌କ’ ସତ୍‌ର ଜଏ ହେଲା । ବିଷ୍ଣୁ ଭକ୍ତ ପ୍ରହଲ୍ଲାଦର ଦିହେଁ କଁଟା ନେଇଁ ଗଡ଼ି, ହିରଣ୍ୟକଶ୍ୟପ୍‌ର ବୁହେନ୍‌ ହୋଲିକା ପୁଡ଼ି କରି ଖାର୍‌ ହେଇଗଲା । ଇ’ ଅସତ୍‌ ଠାନୁ ସତ୍‌ର ଜଏ କେ ନେଇ କରି ଉସତ୍‌ ଉସ୍‌ନାକି ଥି ରଙ୍ଗ୍‌ ଖେଲ୍‌ର ଉତ୍‌ପତ୍ତି ବଲି କୁହାଯାଏସି ।

ଆମର୍‌ ଫାଲେ ଫଗୁନ୍‌ ପୁନି କେ ଗୁଁଡ଼ି ଲଗା ପରବ୍‌ ବଲି ବି କୁହାଯାଏସି । ମା’ ମାଏଟ୍‌, ପ୍ରକୃତି ରାନୀ ଆମ୍‌କୁ ଯେନ୍‌ ଜିଇଁବାର୍‌ ଆଧାର୍‌ ଦେସି, ତାହାକେ ଘରର୍‌ ଇଷ୍ଟ ଦେବୀର୍‌ ଠାନେ ଟେକି ସାର୍‌ଲେ ଯାଏ ଆମେ ଆହାର୍‌ ଭାବେ ତାହାକେ ଗ୍ରହଣ୍‌ କର୍‌ସୁଁ । ଇ’ ପରମ୍ପରା ନୂଆଁଖାଇ ପରବ୍‌ ଥି ବି ରହିଛେ । ତ’ ଫଗୁନ୍‌ ଫୁନି ଥି ଆମର୍‌ ବାହିର୍‌ ବଡ଼ଭାଗି ଲୋକ ଆମ୍‌ କଁସି, ମହୁଲ୍‌ କୁଁଚି, ଫଲ୍‌ସା ଫୁଲ୍‌, ଚାଁର୍‌ ସାଙ୍ଗେ ଫଗୁ ଟିକେ ତାକର୍‌ ଇଷ୍ଟ ଦେବୀର୍‌ ଠାନେ ଲଗାସନ୍‌ ଆର୍‌ ତାର୍‌ ଆର୍‌କ’ ଦିନେ ରଙ୍ଗ ଖେଲ୍‌ସନ୍‌ ।

ଫେର୍‌ ବୁଦ୍ଧ ସାଧକ୍‌ ମାନକର୍‌ ହିସାବ୍‌ ଥି ଇ ପରବ୍‌ ବନେ ଅହେଁରା ମାରିଛେ ଆମର୍‌ ଫାଲେ । ହୁଇଲି ପୁଡ଼ାଲା ବେଲ୍‌କେ ହୁଇଲି କୁଦା ପରମ୍ପରା ଖୋବ୍‌ ଦିନ୍‌ ତକ୍‌ ଆମର୍‌ ଫାଲେ ଚାଲିଥିଲା । ଜୁଏର ଦେବୀ ଉମାଦେଇ କେ ହୁଇଲି ପୁଡେ଼ଇ ପୂଜା ଦେବାର ରୀତି ରିକ୍‌ମା ରହିଥିଲା । ତାର୍‌ ଗୁଟେ ଉଦ୍ଦେଶ୍ୟ ଥିଲା, ନିଜର୍‌ ଭିତ୍‌ରେ ଥିବାର ଯେତ୍‌କି ଅସ୍‌କଟିଆ ଭାବ୍‌ କେ ହୁଇଲି କୁଦି ବାହାର୍‌ କର୍‌ବାର୍‌ ସାଙ୍ଗେ ସାଙ୍ଗେ ହୁଇଲି ପୁଡ଼ା ଠାନେ ପୁଡେ଼ଇ ଦେବାର୍‌ ବିଶ୍ୱାସ ରହିଥିଲା । ମାତର୍‌କ’ ମୁନୁଷ୍‌ ଶିକ୍ଷିତ୍‌ ହେଇ ବସ୍‌ଲା ଉତ୍‌ରୁ ଇ’ ପରମ୍ପରା ବଡ଼୍‌ଭାଗି ଫାଲେ ମେଟି ମେଟି ଗଲାନ’ । କେନେ କେନ୍‌ତା ନିହାତି ପାଲି ପାପ୍‌ଲି ଅଂଚଲ୍‌ ଥି ଏଭେ ବି କମ୍‌ ବେଶୀ କରି ହୁଇଲି କୁଦା ରହିଛେ ।

ସେ କିମ୍ବଦନ୍ତୀ ଯାହା ବି ହଉ, ଅସତ୍‌ ଠାନୁ ସତ୍‌ର ଜଏ ହଉଛେ ଇ’ ପରବ୍‌ର ମୁଖିଆ ନିହି । ଆମେ ଛାତି ଥି ହାତ୍‌ ଦେଇ କରି ଅଲ୍‌ବତ୍‌ କହିପାର୍‌ମା । ସତ୍‌ର ଜଏ କେ ନେଇ କରି ଇ’ ପରବ୍‌ ଥି ଦ୍ୱାପର ଯୁଗେ କୃଷ୍ଣ ମାହାପୁରୁ ବି ଗୋପ୍‌ପୁର୍‌ ଥି ଗୋପୀ ମାନ୍‌କର୍‌ ସାଙ୍ଗେ ରଙ୍ଗ୍‌ ଖେଲୁଥିବାର କିମ୍ବଦନ୍ତୀ ରହିଛେ, ଯେନ୍‌ଟା କେ ଆଧାର୍‌ କରି ଭାରତବାସୀ ଇ’ ପରବ୍‌ କେ ବଢେ଼ ଧୁମ୍‌ଧାମ୍‌ ଥି ପାଲନ୍‌ କରି ଆସୁଛନ୍‌ । ପରମ୍ପରା କେ ରକ୍ଷା କର୍‌ବାର୍‌ ସାଙ୍ଗେ ସାଙ୍ଗେ ମୁନୁଷ୍‌ ଭେଲି ନୁ ରାଗ୍‌ରିସା, ଇସ୍‌ରୋ ବିସ୍‌ରୋ ମେଟାବାର୍‌ ଲାଗି ଇ’ ପରବ୍‌ ପାଲନ୍‌ର ଗୁର୍‌ଦୁ ଟେ ମହତ୍ୱ ରହିଛେ ।

Leave A Reply

Your email address will not be published.