ଭୁବନେଶ୍ୱର, (କେପିଏନ୍ଏସ୍) : ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, କେଉଁଝର, କେନ୍ଦ୍ରାପଡ଼ା, ଯାଜପୁର, କଟକ ଓ ଜଗତସିଂହପୁର ଜିଲ୍ଲା ପ୍ରଳୟଙ୍କରୀ ବାତ୍ୟା ‘ୟାସ୍’ ପ୍ରଭାବରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହି ବାତ୍ୟାରେ ଗଛ ଭାଂଗିବା ଯୋଗୁଁ ୮ଟି ଜିଲ୍ଲାର ୫୧୦ଟି ରାସ୍ତାରେ ଗମନାଗମନ ବ୍ୟାହତ ହୋଇଥିଲା । ତୁରନ୍ତ ଏହି ସମସ୍ତ ଜିଲ୍ଲାରେ ଅବରୋଧ ହୋଇଥିବା ୫୧୦ଟି ରାସ୍ତାରୁ ଉପୁଡ଼ି ପଡ଼ିଥିବା ତଥା ଭାଙ୍ଗି ପଡ଼ିଥିବା ୨୦୭୪ଟି ଗଛକୁ କଟାଯାଇ ଗମନାଗମନ ବ୍ୟବସ୍ଥା ସ୍ୱାଭାବିକ କରାଯାଇଛି ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସୂତ୍ରରୁ ପ୍ରକାଶ ।
Next Post