foot

ଖଣ୍ଡପଡାରେ ବିଶ୍ୱ ଛେନାପୋଡ ଦିବସ ପାଳିତ

ଖଣ୍ଡପଡା, (କେପିଏନ୍‌ଏସ୍‌) : ଏଣିକି ଡିସେମ୍ବର ୩୧ ତାରିଖକୁ ବିଶ୍ୱ ଛେନାପୋଡ ଦିବସ ଭାବେ ପାଳନ କରାଯିବ । ଏହାର ଶ୍ରଷ୍ଠା ତଥା ଦଶପଲ୍ଲା ଜରିପାଟଣା ଅଞ୍ଚଳର ସ୍ୱର୍ଗତ ବିଦ୍ୟଧର ସାହୁଙ୍କ ସ୍ମୃତି ଉଦେଶ୍ୟରେ ବିଭିନ୍ନ ସ୍ଥାନରେ ଏହା ପାଳିତ ହୋଇଯାଇଛି । ଖଣ୍ଡପଡା ଆଞ୍ଚଳିକ ସାମ୍ବାଦିକ ସଙ୍ଘଠାରେ ସମ୍ପାଦକ ଭବାନୀ ଶଙ୍କର ସିଂହ ସାମନ୍ତଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ସଦଶ୍ୟମାନେ ଛେନାପୋଡ କାଟି ଦିବସ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାସ, ମୁଖ୍ୟବକ୍ତା ଭାବେ ସମାଜ ସେବୀ ତଥା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ ଆଞ୍ଚଳିକ ସାମ୍ବଦିକ ସଂଘ ସଭାପତି ବିନାୟକ ମିଶ୍ର ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଛେନାପୋଡ ପଛରେ ଦଶପଲ୍ଲାର ଅବଦାନ ଥିବା ସୂଚନା ମିଳିଛି । ଶାନ୍ତି ଶେଖର ରଥ, ଭବାନୀ ମହାନ୍ତି, ବିରଞ୍ଚି କୁମାର ନାୟକ, ରମାକାନ୍ତ ଦାଶ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ପୂର୍ଣଚନ୍ଦ୍ର ମହାପାତ୍ର, ବିନୋଦ କୁମାର ମହାପାତ୍ର, ମାନସ ସେଠୀ, ଶିବ ନାରାୟଣ ଦାସ, ସମ୍ବିତ୍ ଭୂଷଣ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତା ବର୍ଷଠାରୁ ବର୍ଷର ଅନ୍ତିମ ଦିବସକୁ ଛେନାପୋଡ ଦିବସ ଭାବେ ପାଳନ କରାଯିବା ସହିତ ଏହାକୁ କିଭଳି ଜିଆଇ ମାନ୍ୟତା ମିଳିପାରିବ ସେଦିଗରେ ଉଦ୍ୟମ କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି କରାଯାଇଥିଲା ।

Leave A Reply

Your email address will not be published.