ls

ଭୋଟ ଗଣନା : ସକାଳ ୮ଟାରୁ

sb

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା କାଲି ସକାଳ ୮ଟାରୁ ଶେଷ ପର୍ଯ୍ୟନ୍ତ ପୈାର ଭୋଟ ଗଣତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ବରଗଡ଼ ମ୍ୟୁନିସିପାଲଟି ପାଇଁ ଭୋଟ ଗଣତି ଜର୍ଜ ହାଇସ୍କୁଲ ଠାରେ ସକାଳ ୮ଟିରୁ ଅନୁଷ୍ଠିତ ହେବ । ୧୦ଟି ଟେବୁଲରେ ଭୋଟ ଗଣତି ହେବାକୁ ଥିବା ବେଳେ ୫ଟିରେ କାଉନସିଲର ଓ ୫ଟିରେ ଅଧକ୍ଷା ଭୋଟ ଗଣତି ହେବ । ସେହିପରି ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ବିଜେପୁର କଲେଜ, ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ବରପାଲି କଲେଜ ଏବଂ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଅଞ୍ଚଳ କଲେଜରେ ଭୋଟ ଗଣତି ହେବ । ଏଥିପାଇଁ ସମସ୍ତ ଭୋଟ ଗଣତି କେନ୍ଦ୍ରରେ ୪ଟି ଟେବୁଲରେ ଗଣତି କାର୍ଯ୍ୟ ହେବାକୁ ଥିବା ବେଳେ ୨ଟିରେ କାଉନସିଲର ଓ ୨ଟିରେ ଅଧକ୍ଷ ପାଇଁ ଗଣତି ହେବ । ଏବେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ୍‌ ଷ୍ଟ୍ରଙ୍ଗ ରୁମ୍‌ରେ ରହିଛି ।

pc pk
Leave A Reply

Your email address will not be published.