ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଏଏସ୍‌ଆଇ ରମେଶ ଚନ୍ଦ୍ର ପଟ୍ଟନାୟକ

କେସିଙ୍ଗା, (ପି. କେ. ସାହୁ) : ଲାଞ୍ଚ ନେବା ବେଳେ ପୋଲିସ ଏଏସ୍‌ଆଇ ରମେଶ ଚନ୍ଦ୍ର ପଟ୍ଟନାୟକ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି । ସେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଏଏସ୍‌ଆଇ ରମେଶ ଚନ୍ଦ୍ର ପଟ୍ଟନାୟକ ଲୁହୁରାଜୋର ଗାଁର ମଦ ବ୍ୟବସାୟୀ ପବିତ୍ର ନାଏକଙ୍କ ମାମଲା ରଫାଦଫା କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ସମ୍ପର୍କରେ ପବିତ୍ର ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ପୋଲିସ ବାବୁଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲା ଭିଜିଲାନ୍ସ । ଭବାନୀପାଟଣା ପୁରୁଣା ବସଷ୍ଟାଣ୍ଡ ନିକଟରେ ଏଏସ୍‌ଆଇ ରମେଶ ଚନ୍ଦ୍ର ପଟ୍ଟନାୟକ ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଚଢାଉ କରି ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଛି । ପୂର୍ବରୁ ମଧ୍ୟ ଏହି ଭଳି ଅଭିଯୋଗରେ ଚାକିରିରୁ ନିଲମ୍ବିତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.