ବଲାଙ୍ଗିର ବିକାଶ ଭେଲି ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତା-୧୦/୦୧/୨୦୨୬ ରିଖରେ ବିକାଶ ଭେଲି ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପ୍ରମୋଦ କୁମାର ମିଶ୍ର, ବରିଷ୍ଠ ଆଇନଜୀବି ଓ ସମାଜସେବୀ ମୁଖ୍ୟଅତିଥି ଭାବରେ ଓ ସାମ୍ବାଦିକ ମନରଞ୍ଜନ ଯୋଶୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଦ୍ୟାଳୟର ଭତ୍ତୋରତ୍ତର କାମନା ଏବଂ ମାତୃଭାଷା ଉପରେ ଗୁରୁତ୍ୱ ପ୍ରଦାନ କରିବା ବିଷୟରରେ ଉଲ୍ଲେଖ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଅମ୍ବରୀଶ କୁମାର ଦାଶ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ପରିଚାଳକ ବଦ୍ରିନାଥ ମିଶ୍ର ଏବଂ ବିଦ୍ୟାଳୟର ଟ୍ରଷ୍ଟର ସଦସ୍ୟ ଶିବାନନ୍ଦ ଦାସ ମଞ୍ଚାସୀନ ଥିଲେ । ଶିକ୍ଷୟିତ୍ରୀ ଶତାବ୍ଦୀ ପଟ୍ଟନାୟକ ସ୍ୱାଗତ ଭାଷଣ ଉପସ୍ଥାପନା କରିଥିଲେ । ଚଳିତବର୍ଷରେ ଆୟୋଜିତ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଓ ସିସିଏ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷାବର୍ଷ୨୦୨୪- ୨୫ ଦଶମ ବୋର୍ଡ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛଅ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରସିଦ୍ଧ ଖେଳ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ରାଉତ, ରାଜକୁମାର ପାଣିଗ୍ରାହୀ ଓ ବିକାଶ ଦାସ ଏବଂ ନୃତ୍ୟ ନିର୍ଦ୍ଦେଶକ ଟୁଲୁ, ନିତିନ, ବିନୋଦ, ସରୋଜ ଓ ଶ୍ରଦ୍ଧାମୟୀଙ୍କୁ ସମ୍ମାନିତ କରାଯାଇଥିଲା । ଛାତ୍ରାଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ମନମୁଗ୍ଧ କରିଥିଲା । ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ବିଦ୍ୟାଳୟର ମୂଲ୍ୟବୋଧ ଓ ଶୃଙ୍ଖଳିତ ଶିକ୍ଷାବ୍ୟବସ୍ଥା ଏବଂ ଆୟୋଜିତ ବାର୍ଷିକ ଉତ୍ସବକୁ ଉଚ୍ଚକୋଟିର ପ୍ରଶଂସା କରାଯାଇଥିଲା । ବିଦ୍ୟାଳୟର ଏତେ କମ୍ ସମୟ ମଧ୍ୟରେ ମିଳିଥିବା ପ୍ରସିଦ୍ଧି ଓ ପ୍ରତିଷ୍ଠା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ରହିଥିଲା । ଏହି ଉତ୍ସବରେ ଶିକ୍ଷକ କୈଳାସ ଚନ୍ଦ୍ର ରଣା ଶିକ୍ଷୟିତ୍ରୀ ତବସୁମ୍ ବେଗମ୍, ଆକାଂକ୍ଷା ପଢାରିଆ ଓ ମାନସୀ ଡୋଗ୍ରା ମଞ୍ଚ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଉତ୍ସବ ସଫଳତାରେ ସାହାଯ୍ୟ କରିଥିଲେ । ସଭା ଶେଷରେ ଦେବାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.