oom

ନୃସିଂହନାଥ ଅଟୋ କେୟାର ପରିସରରେ ଲଟେରୀ ଉଠାଣ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ଅଟୋ କେୟାର ପରିସରରେ ରବିବାର ସଂଧ୍ୟାରେ ଏକ ଲଟେରି ଉଠାଣ ହୋଇଥିଲା । ଗ୍ରାହକ ମାନଙ୍କ ପାଇ ଏକ ସୁଯୋଗ ପାଇଁ ପେଟ୍ରୋଲ ୨୦୦ଟଙ୍କା କିଣିଲେ ଓ ଡିଜେଲ ୫୦୦ଟଙ୍କା କିଣିଲେ ଏକ ଲଟେରି କୁପନ୍ ଦିଆଯାଇଥିଲା । ଗତ ୨୧/୧୦/୨୦ରୁ ଏହି ଲଟେରି କୁପନ ଦିଆଯାଇ ପ୍ରତିଦିନ ସଂଧ୍ୟାରେ ଏକ ଲଟେରି ଉଠାଣ କରାଯାଇ ଶାନ୍ତନା ମୂଳକ ପୁରସ୍କାର ସ୍ବରୁପ ଜଣକୁ ଏକ କାନ୍ଥଘଣ୍ଟା ପୁରସ୍କାର ଦିଆଯାଉଥିଲା । ଗତ ତା ୨୦/୧୨/୨୦ ରବିବାର ଦିନ ଫାଇନାଲ ଲଟେରି ଉଠାଣ ହୋଇଥିଲା । ଏ ନେଇ ଲଟେରି ଉଠାଣ ମହୋତ୍ସବରେ ପୂର୍ବତନ ବିଧାୟକ ତଥା ଓଡିଶା ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବଡ ଶତପଥୀ, ବରିଷ୍ଠ ନାଗରିକ ରାମୁ ଗୁପ୍ତା, ବିନ୍ଦ୍ୟ ବାସିନୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ୟାମ ପ୍ରଧାନ, ହରିବନ୍ଧୁ ଜେନା, ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ତା ତଥା ଅନେକ ଜଣାଶୁଣା ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଲଟେରୀ ଉଠାଣ ପୂର୍ବରୁ ନୃସିଂହନାଥ ଅଟୋ କେୟାର ପେଟ୍ରୋଲ ପମ୍ପର ମାଲିକ ଗୋବର୍ଦ୍ଧନ ଅଗ୍ରୱାଲ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ସ୍ବାଗତ କରିଥିଲେ । ଏଥିରେ ୬୦ଜଣଙ୍କୁ ସାନ୍ତ୍ୱନା ପୁରସ୍କାର କାନ୍ଥଘଣ୍ଟା ଦେବା ସହ ୧ମ ପୁରସ୍କାର ଏଲ ଇ ଡି ଟିଭି ସଫିକ କର,୨ୟ ପୁରସ୍କାର ଏନଡ୍ରଏଡ୍ ମୋବାଇଲ୍ ହେମ ସାଗର ନାୟକ,୩ୟ ପୁରସ୍କାର ମିକ୍ସଣ୍ତର ଗ୍ରାଇଣ୍ତର ଭାଟୋ ଭାଇଙ୍କୁ ପ୍ରଦାନ କରା ଯାଇଥିଲା ।

jittmm
Leave A Reply

Your email address will not be published.