ୟୁକ୍ରେନ୍‌ରୁ ଫେରିଥିବା ଝାରସୁଗୁଡାର ଛାତ୍ରୀଛାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଝାରସୁଗୁଡ଼ା ଅଫିସ : ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଏଥିରେ ୟୁକ୍ରେନ୍‌ ଧ୍ୱସ୍ତବିଧ୍ୱସ୍ତ ହେବାରେ ଲାଗିଛି । ୟୁକ୍ରେନ୍‌ରେ ଅଧ୍ୟୟନ କରୁଥିବା ଭାରତର ଡାକ୍ତରୀ ଓ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ନିଜ ଦେଶକୁ ଫେରି ନପାରି ଫସି ରହିଥିବା ବେଳେ ଓଡ଼ିଶାର ସମୁଦାୟ ୧୩ ଜଣ ଛାତ୍ରଛାତ୍ରୀ ନୂଆଦିଲ୍ଲୀ ଦେଇ ଗତକାଲି ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନ ବନ୍ଦରରେ ପହଞ୍ଚି ଥିଲେ । ପୂର୍ବରୁ ବିମାନ ବନ୍ଦରରେ ଅପେକ୍ଷା କରିଥିବା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଭାବ ବିହ୍ୱଳ ପରିସ୍ଥିତି ଦେଖିବାକୁ ମିଳିଥିଲା । ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଏଥିରେ ଡେପ୍ୟୁଟି କଲେକ୍ଟର ଯୋଗେନ୍ଦ୍ର ମାଝି, ଜିଲା ପର୍ଯ୍ୟଟନ ଅଧିକାରୀ ନିରଞ୍ଜନ ମହାପାତ୍ର, ଆଇଆଇସି ସୁବାସ ଚନ୍ଦ୍ର ଭୋଇଙ୍କ ସମେତ ବିମାନ ବନ୍ଦର କର୍ତ୍ତୃପକ୍ଷ ସାମିଲ ଥିଲେ । ବିମାନ ବନ୍ଦରରେ ପହଞ୍ଚିବା ପରେ ଛାତ୍ରଛାତ୍ରୀ ସେମାନଙ୍କ ସଂଘର୍ଷମୟ ଅନୁଭୂତି ଗଣମାଧ୍ୟମ ଆଗରେ ବର୍ଣ୍ଣନା କରିଥିଲେ ।

Leave A Reply

Your email address will not be published.