ଘୁଷୁରାମୁଣ୍ଡା ଗ୍ରାମରେ ଜିଲ୍ଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

  • ମୁରିବାହାଲ ଓ ଘୁଷୁରାମୁଣ୍ଡା ବିଜୟୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ନେହେରୁ ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ୧୭ତମ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋମବାର ସ୍ଥାନୀୟ ସ୍କୁଲ ଖେଳପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ରୂପେ ଗୁଡିଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭଗତ ନାଗ, ସମ୍ମାନିତ ଅତିଥି ରୂପେ କମିଟିର ମ୍ୟାନେଜର ନରେଶ ସାହୁ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସୋମବାରରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ଉଦଘାଟନୀ ମ୍ୟାଚର ପ୍ରଥମ ରାଉଣ୍ଡ ଖେଳରେ ଘନାମହୁଲ ଦଳକୁ ଟ୍ରାଇବେକରରେ ହରାଇ ମୁରିବାହାଲ ଦଳ ବିଜୟୀ ହୋଇଥିଲା । ସେହିପରି ଦ୍ଵିତୀୟ ରାଉଣ୍ଡ ଖେଳରେ ଚନ୍ଦ୍ରପୁରକୁ ୩-୦ ଗୋଲରେ ହରାଇ ସହିଦ୍ କ୍ଲବ ଘୁଷୁରାମୁଣ୍ଡା ବିଜୟୀ ହୋଇଥିଲା । ରେଫରି ଭାବେ ଗଣେଶ ଭୋଇ, ଲାଇନସମ୍ୟାନ ସେବା ସାହୁ ଓ ଅକ୍ଷୟ ମାଝୀ ଖେଳ ପରିଚାଳନା କରିଥିଲେ । ଆୟୋଜକ କମିଟିର ସଭାପତି ମାମରାଜ ବାଗ,ସମ୍ପାଦକ ରାକେଶ ପୃଷ୍ଟି, କ୍ୟାପଟେନ ସରୋଜ ଖମାରୀଙ୍କ ସହ କମିଟିର ହଂସରାଜ ପରାଭୁଏ, ସର୍ବ୍ଦାକର ବାଗ, ଜୟଦେବ ଭୋଇ, ଅଜୟ ଯାନୀ, ମଣ୍ଟୁ ଜାନି, ସୁଶିଲ ବାଗ, ଦୀପ ଗହୀର, ଟିଲୁ ଭୋଇ, ଜଗତ ବାଗ, ରୋହନ ସାହୁ, ରାଜେଶ ପୁଟେଲ, ଦୈତାରୀ ଭୋଇ, ହିମାଂଶୁ ସାହୁ, ମନୋଜ ବାଗ, ରାହୁଲ ଭୋଇ, ହଂସୁ ପରାଭୁଏ, ଅଜୟ ଜାନି, ବିକାଶ ଭୋଇଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି । ଉଦଘାଟନୀ ମ୍ୟାଚ୍‌ରେ ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.