ଲୋଇସିଂହା, (ବିମଳେନ୍ଦୁ ସାହୁ) : ଶବ୍ଦନୃତ୍ୟର ଆଦ୍ୟ ପ୍ରଚାରକ ତଥା ୧୮୫୦ ମସିହା ପୂର୍ବରୁ ବିଭିନ୍ନ ଜିଲ୍ଲାରେ ଶବ୍ଦ ନୃତ୍ୟ ଶିକ୍ଷା ଦେଇଥିବା ଲୀଳା ଏବଂ ଶବ୍ଦ ନୃତ୍ୟର ବାବାଜୀ ଗୁରୁ ଭଜମନ ଦାସଙ୍କ ସ୍ମୃତିରେ ତାଙ୍କ ଜନ୍ମସ୍ଥାନ କୁଟାସିଂହାଠାରେ “ଭଜମନ ଦାସ କଳା ପରିଷଦ” ଉଦଘାଟିତ ହୋଇଯାଇଛି । ଗୁରୁ ଭଜମନ ଦାସଙ୍କ ଦାୟାଦ ଦିନେଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ସଭାପତିତ୍ୱରେ ଏବଂ ଅନିରୁଦ୍ଧ ପାତ୍ରଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ସାହିତ୍ୟିକ କବି ଡ. ସୁବାସ ଚନ୍ଦ୍ର ପାତ୍ର ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଗବେଷକ ଶାସ୍ତ୍ରୀୟ ଶବ୍ଦ ନୃତ୍ୟଗୁରୁ ଭାଗବତ ପଧାନ ଏବଂ ସମ୍ମାନିତ ଅତିଥି ଭାବେ ଅଭିନେତା ନିର୍ଦେଶକ ପ୍ରଦୀପ ସାହୁ ଓ ରାମଜୀ ପ୍ରଧାନ ଯୋଗ ଦେଇଥିଲେ । ଗୁରୁ ଭଗବାନ ସାହୁ ବାବାଜୀ ଭଜମନ ଦାସଙ୍କୁ ଲୋକ ଲୋଚନକୁ ଆଣିଥିବା ପ୍ରକାଶ କରିବା ସହ ଗୁରୁ ଭଜମନ ଦାସ ବିଭିନ୍ନ ଜିଲ୍ଲାର ଗ୍ରାମମାନଙ୍କରେ ରହି ଶବ୍ଦ ନୃତ୍ୟ ଶିକ୍ଷାଦାନ କରିବା ସହିତ ଏହାର ପ୍ରଚାର ପ୍ରସାର ଗୁରୁ ଭଗବାନ ସାହୁ କରିଥିବା ବକ୍ତବ୍ୟରେ ପ୍ରକାଶ କରିଥିଲେ । ଗୁରୁ ଭଗବାନ ସାହୁଙ୍କ ଶିଷ୍ୟ ଶବ୍ଦନୃତ୍ୟ ଗୁରୁ ଗଦାଧର ବରିହାଙ୍କ ଦ୍ୱାରା ଶବ୍ଦ ନୃତ୍ୟ ପରିବେଷଣ ଉଚ୍ଚ ପ୍ରଶଂସିତ ହୋଇଥିଲା । ପରିଶେଷରେ ସରୋଜ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆନନ୍ଦ ଚନ୍ଦ୍ର ପଶାୟତଙ୍କ ନିର୍ଦ୍ଦେଶନାରେ ଦୁର୍ଗାପୂଜା କମିଟିର ଯୁବକଙ୍କୁ ନେଇ ସାମାଜିକ ନାଟକ “ସିନ୍ଦୂର ପିନ୍ଧିଲି ଦିନକ ପାଇଁ” ମଞ୍ଚସ୍ଥ ହୋଇଥିଲା । ସରପଞ୍ଚ ଡିଗ୍ରୀ ମେହେର, ପୂର୍ବତନ ସମିତି ସଭ୍ୟ ପ୍ରକାଶ ବେହେରା, ଲଲିତ ଦାସ, ଯୋଗେନ୍ଦ୍ର ଦାସ, ପ୍ରକାଶ ବେହେରା, ଆନନ୍ଦ ପଶାୟତ, ସରୋଜ ଦାସ, ଅଧିକାରୀ ପାତ୍ର, ଅରକ୍ଷିତ ବେହେରା, ଅଚ୍ୟୁତ ପଧାନ, ବିଧୂଭୁଷଣ ପାତ୍ର, ଗଣେଶ ପାଣ୍ଡେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Next Post