ପଞ୍ଚବଟୀ ଉଦ୍ୟାନ ଉଦ୍‌ଘାଟିତ

ସୁବର୍ଣ୍ଣପୁର : ଉଦ୍‌ଘାଟିତ ହେଲା ପଞ୍ଚବଟୀ ଉଦ୍ୟାନ । ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ବଡ଼ଝିଙ୍କି ନିକଟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଦ୍ୱାରା ଏହି ଉଦ୍ୟାନ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱେଣେ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡାଙ୍କ ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ତଥା ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ଜଙ୍ଗଲ ବିଭାଗ ଅଧିକାରୀମାନେ ଯୋଗ ଦେଇଥିଲେ । ଜଙ୍ଗଲ ବିଭାଗ ଦ୍ୱାରା ପଞ୍ଚବଟୀ ଉଦ୍ୟାନ ୧୨.୮ ହେକ୍ଟର ଜମିରେ ତିଆରି କରାଯାଇଥିବା ବେଳେ ଏହି ଉଦ୍ୟାନରେ ବିଭିନ୍ନ ପ୍ରକାର ଔଷଧିୟ ବୃକ୍ଷ ଲଗାଯାଇଛି । ଏହି ଉଦ୍ୟାନରେ ଶିଶୁମାନଙ୍କ ମନୋରଂଜନ ତଥା ଖେଳକୁଦ ପାଇଁ ଏକ ଶିଶୁ ଉଦ୍ୟାନ କରାଯାଇଛି । ଏହାସହ ଏକ କଫି ହାଉସ ମଧ୍ୟ କରାଯାଇଛି । ଏପରିକି ଆଗକୁ ଏହି ଉଦ୍ୟାନରେ ଏକ ଟୟ ଟ୍ରେନର ବ୍ୟବସ୍ଥା କରାଯିବା ସହିତ ଏକ୍ୟୁଆରିୟମ କରାଯାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରାଯିବାର ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.