jayashree

ଜଙ୍ଗଲରୁ ନବଜାତକର ମୃତଦେହ ଉଦ୍ଧାର କଲା ପୋଲିସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମ୍‌ପିଭି-୮୩ ଗାଁରରେ ନବଜାତ ଶିଶୁକୁ ହତ୍ୟା କରି ଜଙ୍ଗଲରେ ପୋତିଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ମାଲକାନଗିରି ମୋଟୁ ଥାନା ଏମଭି ୮୩ ଗାଁର ବିନୋଦ ପାଇକ ଓ ଶ୍ୟାମଳା ପାଇକଙ୍କର ଜୁଲାଇ ୨ରେ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ତେବେ ଶିଶୁଟିକୁ ହତ୍ୟା କରାଯିବା ସହ ମୃତଦେହକୁ ପାଖ ଜଙ୍ଗଲରେ ପୋତି ଦେଇଥିବା କିଛି ଲୋକେ ସୂଚନା ପାଇଥିଲେ । ଏନେଇ ମୋଟୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁର ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନଥିଲା ବେଳେ ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.