ଲୋଇସିଂହା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସମ୍ବଲପୁର ଚମ୍ପିୟାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଷ୍ଟାଡିୟମର ସ୍ଵନକ୍ଷତ୍ର ଦିବସ ଅବସରରେ ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ ଏବଂ ଏଥଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୪ରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ “ଲୋଇସିଂହା କପ ଫୁଟବଲ ଟୁର୍ଣାମେଣ୍ଟ”ର ଫାଇନାଲ ମ୍ୟାଚ ବୌଦ୍ଧ ଓ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବୌଦ୍ଧକୁ ହରାଇ ସମ୍ବଲପୁର ଏକାଦଶ ଚମ୍ପିୟାନ ହୋଇଛି । ମ୍ୟାଚ୍ କମିଶନର ସୁଦୟ ବାରିକଙ୍କ ତତ୍ୱାବଧାନରେ କରୁଣାକର ପଧାନ, ସଞ୍ଜୀବ ସାହୁ, ସୁରେଶ ନାଏକ ଖେଳ ପରିଚାଳନା କରିଥିଲେ । ବିଜୟ ରଣା, ଅଞ୍ଜନ ବେଶ୍ରା, ଜ୍ୟୋତିର୍ମୟ ରାଉତ, ରୋଶନ ମେହେର ପ୍ରମୁଖ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାରେ ମୋଟ ୮ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ସମ୍ବଲପୁର ଦଳର ପିଣ୍ଟୁ ଓରାମ “ପ୍ଲେୟାର ଅଫ୍ ଦି ଟୁର୍ଣାମେଣ୍ଟ” ଓ ବିବେକ ଓରାମ ‘ପ୍ଲେୟାର ଅଫ ଦି ମ୍ୟାଚ” ବିବେଚିତ ହୋଇଥିଲେ । ଉଦଯାପନୀ ତଥା ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ନାରାୟଣ ନାଏକ ଯୋଗ ଦେଇ ଉଭୟ ବିଜେତା ଓ ଉପ ବିଜେତା ଦଳକୁ ନଗଦ ଅର୍ଥରାଶି ସମେତ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥି ଭାବେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଓକିଲ ସଂଘ ସଭାପତି ପ୍ରଦୀପ ତ୍ରିପାଠୀ ଯୋଗ ଦେଇଥିବା ବେଳେ ଟ୍ରଷ୍ଟବୋର୍ଡ କାର୍ଯ୍ୟକାରୀ ସଭାପତି ଦିଲୀପ ବେହେରା, ସମ୍ପାଦିକା ସ୍ମିତା ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ସରୋଜ ବିଶ୍ଵାଳ, ଶିବ ଅଗ୍ରୱାଲ, ଦେବବ୍ରତ ବିଶ୍ଵାଳ, ଆନନ୍ଦ ପଟେଲ, ଚତୁର ଦଲେଇ, ଭାଗବତିଆ ଭୋଇ, ରଞ୍ଜନ ବେହେରା, ଟିକୁ ପାଣ୍ଡିଆ, ପ୍ରକାଶ ମହାରଣା, ସିଲୁ ସେବକ, ମନୋଜ ମାହାଣା, ବୁଲୁ ବହିଦାର, ନଜୁ ଖାନ, ବୁଦ୍ଧିଆ ନାଏକ, କରଣ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଦିଲୀପ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.