ରାଜ୍ୟର ଆଜି ୧୬ ଜିଲ୍ଲାରେ ଟୀକାକରଣ ବନ୍ଦ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟରେ ଆଜି ୧୬ ଜିଲ୍ଲାରେ ଟୀକାକରଣ ବନ୍ଦ ହୋଇଥିବା ନେଇ ସୂଚନା ମିଳିଛି । ସେହି ଜିଲ୍ଲା ଗୁଡିକ ହେଲା ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର ଏବଂ ସୁନ୍ଦରଗଡ଼ରେ ଟୀକାକରଣ ହେବନି । ତେବେ କୋଭିସିଲ୍ଡ୍‌ ଟୀକାର ଅଭାବ କାରଣରୁ ବନ୍ଦ ରହିବ ଭ୍ୟାକ୍‌ସିନେସନ୍‌ । ଆଜି ପାଇଁ କେବଳ ୧୯ ହଜାର ୫୨୦ ଡୋଜ୍‌ କୋଭିସିଲ୍ଡ ଟୀକା ମହଜୁଦ୍‌ ରହିଛି । ଆଜି ୧୧୪ଟି କେନ୍ଦ୍ରରେ ଟୀକାକରଣ କରାଯିବ । ଟୀକା ଅଭାବ କାରଣରୁ ଗତକାଲି ୧୧ ଜିଲ୍ଲାରେ ଟୀକାକରଣ ବନ୍ଦ ଥିଲା ।

Leave A Reply

Your email address will not be published.