ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ପୁଣି ଗୋଟିଏ କେସ ଋଜୁ ହୋଇଛି ଏକ ବଡ଼ ଧରଣର ଠକେଇ । ତୁରକେଲା ଥାନା ଅଞ୍ଚଳର ଜଣେ ବ୍ୟକ୍ତି ଟଙ୍କା ଲାଳଚରେ ଖପ୍ରାଖୋଲ ଥାନା ମହରାପଦର ଆସି ୫ ଲକ୍ଷ ଟଙ୍କା ଠକେଇରେ ପଡିଛନ୍ତି । ସୂଚନା ଅନୁଯାୟୀ ତୁରେକେଲା ଥାନା ଲରକି ଗ୍ରାମର ରୂପାଧର ମେହେରଙ୍କ ପାଖକୁ ଗତ ଅଗଷ୍ଟ ମାସ ୧୬ ତାରିଖ ସନ୍ଧ୍ୟାରେ ଗୋଟିଏ ଫୋନ କଲ୍ ଆସିଥିଲା । ବ୍ୟକ୍ତି ଜଣକ ନିଜକୁ ନବୀନ ବୋଲି ପରିଚୟ ଦେଇ ଆପଣଙ୍କୁ ଭଲ ଭାବରେ ଜାଣିଛି କହି ଘନିଷ୍ଠ ହୋଇଥିଲା । ତାପରେ ସେ କହିଥିଲା ତା’ପାଖରେ ଗୋଟିଏ ସୁନାର କଇଁଛ ଅଛି ଯାହାର ଓଜନ ପାଖାପାଖି ଗୋଟିଏ କିଲୋଗ୍ରାମ ହେବ ଆପଣ ଦେଖିବାକୁ ଜଦି ଚାହାଁନ୍ତି ତାହେଲେ ଆସନ୍ତୁ । ୧୭ ତାରିଖ ସୁନା ଦେଖିବାକୁ ରୁପାଧର ଆସିଥିଲେ । ସେଠାରେ କୌଶଳକ୍ରମେ ଅଭିଯୁକ୍ତ ମାନେ ରୁପାଧରଙ୍କ ସାମ୍ନାରେ ପଦ୍ମ ଫୁଲର କଢ଼ ଭଳି ଥିବା ଏବଂ ସୁନା ଭଳି ଦିଶୁଥିବା ବସ୍ତୁରୁ ଗୋଟିଏ ଛୋଟ ଖଣ୍ଡ କାଟି ରୁପାଧରକୁ ଦେଇଥିଲେ । ରୁପାଧର ସେଇ ଖଣ୍ଡକୁ ଆଣି ସୁନା ଦୋକାନରେ ପରୀକ୍ଷା କରେଇଥିଲେ । ସୁନା ପରୀକ୍ଷା କରିଥିବା ବ୍ୟକ୍ତି ସେହି ଖଣ୍ଡକୁ ୨୪ କ୍ୟାରେଟ ସୁନା ବୋଲି କହିଥିଲା । ରୁପାଧର ଖୁସିରେ ଅଭିଯୁକ୍ତ ମାନଙ୍କ ସହ ସୁନା କିଣିବା ପାଇଁ କଥାବାର୍ତ୍ତା ହୋଇଥିବାବେଳେ ୧୮ ତାରିଖ ଦିନ ମହରାପଦର ଛକ ନିକଟରେ ୫ ଲକ୍ଷ ଟଙ୍କା ଧରି ସୁନା ନେବା ପାଇଁ ପହଞ୍ଚିଥିଲେ । ସେଠାରେ ତିନିଜଣ ଅଭିଯୁକ୍ତ ନକଲି ସୁନା ଦେଇ ରୁପାଧରଙ୍କ ଠାରୁ ପାଞ୍ଚ ଲକ୍ଷ ଟଙ୍କା ନେଇଁ ଫେରାର ମାରିଥିବା ସେ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଖପ୍ରାଖୋଲ ପୋଲିସ କେସ ନଂ ୧୯୬/୨୦୨୫ରେ ଏକ ମାମଲା ଋଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ପ୍ରକାଶ କରିଛନ୍ତି । ସୂଚନା ଥାଉ ପୂର୍ବରୁ ମଧ୍ୟ ବୁଢ଼ୀବାହାଲ ଗ୍ରାମର ହେମସାଗର ସାହୁ ଟଙ୍କା ମୋହରେ ଆସି ୨ ଲକ୍ଷ ଟଙ୍କା ଠକେଇରେ ପଡିଥିବା ବେଳେ ଆଜି ପର୍ଯ୍ୟନ୍ତ ସେ ତାଙ୍କ ଟଙ୍କା ଫେରସ୍ତ ପାଇ ନ ଥିବା ପ୍ରକାଶ କରିଛନ୍ତି ।
Next Post