oom

ବରଗଡ଼ ଜିଲ୍ଲା ଟାଏକୋଣ୍ଡୋ ଆସୋସିଏସନର ୭ମ କଲର ବେଲ୍ଟ ଟେଷ୍ଟ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ଭଟଲି ଛକ ଠାରେ ବରଗଡ଼ ଜିଲ୍ଲା ଟାଏକୋଣ୍ଡୋ ଆସୋସିଏସନର ୭ମ କଲର ବେଲ୍ଟ ଟେଷ୍ଟ କାର୍ଯ୍ୟକ୍ରମ ଆସୋସିଏସନ୍‌ର ସଭାପତି ନବକିଶୋର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ବାଣିଜ୍ୟିକ ଶାଖାର ମୁଖ୍ୟ ପ୍ରବନ୍ଧକ ବଣିଜ ବିନାୟକ ଖମାରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଖମାରୀଙ୍କୁ ସଭାପତି ଶ୍ରୀ ପାଣିଗ୍ରାହୀ ଉପଢୌକନ ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟତମ ଅତିଥି ଭାବରେ ଓଡିଶା ଟାଏକୋଣ୍ଡୋ ଆସୋସିଏସନ୍‌ର ମୁଖ୍ୟ ମନମୋହନ ଭଞ୍ଜ, ବରଗଡ଼ ଜିଲ୍ଲା ସମ୍ପାଦକ ତଥା କୋଚ୍ ବିଜୟ କୁମାର ଭୋଇ, ଉପ ସଭାପତି ଆଶୁତୋଷ ରଥ, ସହ ସମ୍ପାଦିକା ରାଜଶ୍ରୀ ବଗର୍ତ୍ତି, କୋଷାଧ୍ୟକ୍ଷ ଶ୍ରୀମତୀ ଶ୍ରୀୟା ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ । ଉକ୍ତ ବେଲ୍ଟ ଟେଷ୍ଟରେ ୨୫ ଜଣ କୃତି ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଶେଷରେ ରାଜଶ୍ରୀ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.