
ଜୟପାଟଣା, (ଶେଷଦେବ ବେହେରା ) : ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ପୋଡ଼ାଖୋଲକ୍ଲଷ୍ଟର ଚାଚି ଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସିଫନ ସ୍ୱାଇଁଙ୍କ ଆବର୍ତ୍ତମାନରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତା ୨୨.୬.୨୦୨୧ରିଖ ଦିନ ବିଦାୟୀ ପ୍ରଧାନ ଶିକ୍ଷକଙ୍କଠାରୁ ନିୟମାନୁଯାୟୀ ଦାୟିତ୍ୱ ଗ୍ରହଣ କରିବା ପରଠୁ ଅଂଚଳର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସୁନ୍ଦର ଭବିଷ୍ୟତ ଗଠନ ଦିଗରେ, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ତଥା ଅଭିଭାବକଙ୍କୁ ଅତି ଆପଣାର କରି ନେଇଥିଲେ । ଚଳିତ ଗ୍ରୀଷ୍ମ ଛୁଟିରେ ନିଜ ଘର ଶିଆର ଗ୍ରାମ -ବ୍ରହ୍ମଗିରି -ଜିଲ୍ଲା ପୁରୀକୁ ଯାଇ ଥିବାବେଳେ ତା ୧୧.୬.୨୦୨୫ରିଖ ଦିନ ହଠାତ ତାଙ୍କର ଆକସ୍ମିକ ବିୟୋଗ ଖବର ସମସ୍ତଙ୍କୁ ଚକିତ କରିଦେଲା । ସାତ ବର୍ଷ କାଳ ସରକାରୀ ଚାକିରୀ ମଧ୍ୟରେ ସମସ୍ତଙ୍କୁ ଆପଣାର କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ଶିକ୍ଷକଙ୍କ ଆକସ୍ମିକ ବିୟୋଗ ସମସ୍ତଙ୍କ ମଧ୍ୟରେ ଗଭୀର ଦୁଃଖ ଦେଇ ଚାଲିଗଲା । ଦେବଙ୍ଗତ ଶିକ୍ଷକ ସିଫନ ସ୍ୱାଇଁଙ୍କ ଦଶାହ ଅବସରରେ, ଚାଚି ଗୁଡା ବିଦ୍ୟାଳୟଠାରେ, ପୋଡ଼ାଖୋଲ କ୍ଲଷ୍ଟର ସ୍ତରୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ରଥଙ୍କ ଆବାହକତ୍ୱରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରମୋଦ କୁମାର ଠାକୁର, ଉପସଭାପତି ସଞ୍ଜୟ କୁମାର ପଣ୍ଡା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସନାତନ ପଣ୍ଡା, ପ୍ରଧାନଶିକ୍ଷକ ପୂର୍ଣଚନ୍ଦ୍ର ଦାସ, ବରିଷ୍ଠ ସାମ୍ବାଦିକ ଅସରଫ ଅଲ୍ଲୀ, ସମାଜସେବୀ ଈଶ୍ୱର ଛତ୍ରିଆ, ପରିଚାଳନା କମିଟି ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ଦେବଙ୍ଗତ ଶିକ୍ଷକ ସିଫନ ସ୍ୱାଇଁଙ୍କ ଫୋଟୋ ଚିତ୍ର ଉପରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ, ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏକ ଦୁଃଖଦ ପରିବେଶ ମଧ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମ ସମାପନ ହୋଇଥିଲା ।