ସଇଁତଲାରେ ଶ୍ରୀମତ ଭାଗବତ କଥା ଉପଲକ୍ଷେ କଳସ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବ୍ୟାଙ୍କ ଛକ ପରିସରରେ ଗୋଏଲ ପରିବାର ଆନୁକୂଲ୍ୟରେ ଶ୍ରୀମତ ଭାଗବତ କଥା ଉପଲକ୍ଷେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ପ୍ରଥମେ ଭାଗବତ ମଣ୍ଡପ ଠାରେ ସମସ୍ତ ଗୋଏଲ ପରିବାର ମହିଳା, ପୁରୁଷମାନେ ଏକତ୍ରିତ ହୋଇଥିଲେ । ଏହାପରେ ଘଣ୍ଟ, ବାଜା, ସଂକୀର୍ତ୍ତନ ମାଧ୍ୟରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନୂଆଁବନ୍ଦକୁ ପହଂଚିଥିଲେ । ସେଠାରେ କର୍ତ୍ତା ଭାବରେ ସୀତାରାମ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ଶକୁନ୍ତଳା ଦେବୀ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା କରିବା ପରେ କଳସରେ ପାଣି ଆଣି ମଣ୍ଡପରେ ସ୍ଥାପନ କରିଥିଲେ । ଏହି ପରିପେକ୍ଷୀରେ ବୃନ୍ଦାବନରୁ ଆସିଥିବା ମହାରାଜ ସଞ୍ଜୟକୃଷ୍ଣ ଜୀ ଉପାଧ୍ୟୟଙ୍କ ତତ୍ତ୍ୱାବଧାନରେ ବାବା ମୁନ୍ନା ଲାଲ, ନାରାୟଣ ଦାସ, ମଥୁରାମ, ମହାବୀର, ନଗରମାଳ, ବସନ୍ତ ଲାଲ, ପରମାନନ୍ଦ, ଗୋବିନ୍ଦ ରାମ, ଦୁର୍ଗା ପ୍ରସାଦଙ୍କ ସହଯୋଗରେ ଭାଗବତ କଥା ୭ ଦିନ ଚାଲିବ । ପ୍ରତିଦିନ ଅପରାହ୍ନ ସାଢେ ୩ଟାରୁ ସନ୍ଧ୍ୟା ସାଢେ ୭ ପର୍ଯ୍ୟନ୍ତ ଭାଗବତ କଥା ଉପରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୨ ତାରିଖ ଦିନ ପୂର୍ଣ୍ଣାହୁତି ହେବ ବୋଲି ଆୟୋଜିତ କମିଟି ତରଫରୁ ଜଣାପଡିଛି । ଏହି କଳସ ଶୋଭାଯାତ୍ରା ସମୟରେ ଶଙ୍କରଲାଲ ଅଗ୍ରୱାଲ, ବଜରଙ୍ଗଲାଲ ଅଗ୍ରୱାଲ, ଗୋକୁଳ ପ୍ରସାଦ ଅଗ୍ରୱାଲ, ଭୀମସେନ ଅଗ୍ରୱାଲ, ଅଶୋକ ଅଗ୍ରୱାଲ, ଅର୍ଜୁନଲାଲ ଅଗ୍ରୱାଲ, ରାଜକୁମାର ଅଗ୍ରୱାଲ, ତୁଳସୀରାମ ଅଗ୍ରୱାଲ, କିଷାନଲାଲ ଅଗ୍ରୱାଲ, କପିଳ ପ୍ରସାଦ ଅଗ୍ରୱାଲ, ଗଜାନନ ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ, ସଞ୍ଜୀବ ଅଗ୍ରୱାଲ, ଦ୍ୱାରିକା ପ୍ରସାଦ ଅଗ୍ରୱାଲ, ନନ୍ଦକିଶୋର ଅଗ୍ରୱାଲ, ହରିପ୍ରସାଦ ଅଗ୍ରୱାଲଙ୍କ ସମେତ ଗୋଏଲ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.