ସ୍ମାଇଲ ଫାଉଣ୍ଡେସନ ଇଣ୍ଡିଆ ଦ୍ୱାରା ମୋବାଇଲ୍ ମେଡିକେୟାର୍ ୟୁନିଟ୍‌ର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେସରକାରୀ ସାମାଜିକ ସଂଗଠନ “ସ୍ମାଇଲ ଫାଉଣ୍ଡେସନ ଇଣ୍ଡିଆ” ନୂଆଦିଲ୍ଲୀର ସହଯୋଗରେ ଆଜି ବଲାଙ୍ଗିର ଜିଲ୍ଲାରେ ଏକ ସ୍ୱାସ୍ଥ୍ୟ ପ୍ରକଳ୍ପ “ସ୍ମାଇଲ ଅନ ହ୍ୱିଲ”ର ଶୁଭାରମ୍ଭ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡ଼ା. ଭୀମ ସାହୁ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡ଼ା. ପ୍ରଭାତ କୁମାର ରଥ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ ମେନେଜର ମୃତ୍ୟୁଞ୍ଜୟ ମୁଣ୍ଡ, ସ୍ମାଇଲ ଫାଉଣ୍ଡେସନର ଆଞ୍ଚଳିକ ମୁଖ୍ୟ ସାମୁଏଲ ବେହେରା, ପ୍ରକଳ୍ପ ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିିତ ଥିଲେ । ଜାରି ରହିଥିବା କୋଭିଡ୍ ମହାମାରୀ ପରିସ୍ଥିତି ଏବଂ ବର୍ତ୍ତମାନ ଗ୍ରାମାଞ୍ଚଳ ମାନଙ୍କରେ ସ୍ବାସ୍ଥ୍ୟଗତ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ମାଇଲ ଫାଉଣ୍ଡେସନ ପକ୍ଷରୁ ଏକ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି, ଯାହାକି ଏହି ପ୍ରକଳ୍ପ ମାଧ୍ୟମରେ ଜିଲ୍ଲାର ଅପହଞ୍ଚ ଏବଂ ଅନୁନ୍ନତ ଅଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟସେବା ମାଗଣାରେ ପହଞ୍ଚାଇ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ସେବା ଅଭିଜ୍ଞ ଡାକ୍ତର, ନର୍ସ ଏବଂ ଡାକ୍ତରୀ କର୍ମଚାରୀ ମାନଙ୍କ ଦ୍ଵାରା ବର୍ତ୍ତମାନ ଗୁଡୁଭେଲା ବ୍ଲକର ଗ୍ରାମାଞ୍ଚଳ ମାନଙ୍କରେ ଯୋଗାଇ ଦିଆଯିବ ଏବଂ ପରେ ଅନ୍ୟ ବ୍ଲକ ମାନଙ୍କରେ ମଧ୍ୟ ଏହି ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ସ୍ମାଇଲ ଫାଉଣ୍ଡେସନର ଆଞ୍ଚଳିକ ମୁଖ୍ୟ ଶ୍ରୀ ବେହେରା ପ୍ରକାଶ କରିଥିଲେ ।

Leave A Reply

Your email address will not be published.