ବିଶ୍ୱ ସିଂହ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅଗଷ୍ଟ ୧୦ ତାରିଖକୁ “ବିଶ୍ୱ ସିଂହ ଦିବସ” ଭାବରେ ମଧ୍ୟ ପାଳନ କରାଯାଏ । ସିଂହମାନଙ୍କୁ ପ୍ରାୟତଃ “ଜଙ୍ଗଲର ରାଜା” କୁହାଯାଏ । ଜଙ୍ଗଲ ନଷ୍ଟ ହେବା, ଶିକାର କରିବା, ମାନବଙ୍କ ସହ ବିବାଦ, ଜଳବାୟୁ ପରିବର୍ତ୍ତନ ଏବଂ ସେମାନଙ୍କର ପ୍ରାକୃତିକ ଶିକାରର ଅବନତି ହେତୁ ସେମାନେ ବର୍ତ୍ତମାନ ଅନେକ ବିପଦର ସମ୍ମୁଖୀନ ହେଉଛନ୍ତି । ୨୦୨୦ରେ ଆକଳନ ଅନୁଯାୟୀ ଭାରତରେ ଗିର ଜଙ୍ଗଲରେ ୬୭୪ ସିଂହ ଅଛନ୍ତି । ଆଜିର ଏହି ଦିବସରେ ସିଂହ ବଂଶର ବୃଦ୍ଧି ଓ ଏହାର ୟତ୍ନ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ଜୈବ ବିବିଧତା ସରଂକ୍ଷଣ ଓ ସୁରକ୍ଷା ଉପରେ ଅଧିକ ସଚେତନତା ନେଇ ପ୍ରକୃତିବନ୍ଧୁ ତଥା ପରିବେଶବିତ ଦିଲ୍ଲୀପ କୁମାର ଧାଉଡ଼ିଆ ବାର୍ତ୍ତା ଦେଇଛନ୍ତି ।

Leave A Reply

Your email address will not be published.