ବଲାଙ୍ଗିର, (କେପିଏନ୍ଏସ୍) : ଶାନ୍ତିପଡା ଛକସ୍ଥିତ ଜନଔଷଧି କେନ୍ଦ୍ରଠାରେ ୮ମ ଜନଔଷଧୀ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ୨୯ଜଣ ରକ୍ତ ଚାପ, ମଧୁମେୟ ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଭୀମଭୋଇ ଭେଷଜ ମହାବିଦ୍ୟାଳୟର କମ୍ୟୁନିଟି ମେଡିସିନ୍ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ଡଃ. ଶରତ କୁମାର ନାଗ ରୋଗ ନିିଦାନ କରିଥିଲେ । ତାଙ୍କୁ ବଲାଙ୍ଗିର ଜିଲ୍ଲା ସଦର ମହକୁମା ଡାକ୍ତରଖାନାର ଅବସର ପ୍ରାପ୍ତ ଫାର୍ମାସିଷ୍ଟ ସୁରେନ୍ଦ୍ର ନେପାକ ଓ ଜନ ଔଷଧୀ କେନ୍ଦ୍ରର କର୍ମଚାରୀମାନେ ସହଯୋଗ କରିଥିଲେ । ପୂର୍ବାହ୍ନ୮ଟା ଓ ପରେ ଅପରାହ୍ନ ୫ଟାରେ ରୋଗରେ ଜଡିତ ବ୍ୟକ୍ତିମାନଙ୍କୁ ଡ. ନାଗ ଚିକିତ୍ସା କରଥିଲେ । ଜନସାଧାରଣଙ୍କ ମଧ୍ୟରେ ଜନ ଔଷଧୀ କେନ୍ଦ୍ରରେ ମିଳୁଥିବା କମ୍ ଦାମ୍, ଉଚ୍ଚ କ୍ଷମତା ସମ୍ପନ୍ନ ଔଷଧ ଓ ବିଭିନ୍ନ ପ୍ରକାର ଡାକ୍ତରୀ ଉପକରଣଗୁଡିକ କିିଣି ତାର ଲାଭ ଉଠାଇବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି ।