ବଲାଙ୍ଗିର, (କେପିଏନ୍ଏସ୍) : ଗତ ୨୬ ତାରିଖରେ ବଲାଙ୍ଗିର ବ୍ଲକ୍ ବିଡିଘାଟ ପଞ୍ଚାୟତଠାରେ ଆଇନ ସେବା ସଂସ୍ଥା ‘କ୍ଲାପ୍’ ସହଯୋଗରେ ଜାଗୃତି ଏପାୟୋରିଙ୍ଗ୍ ସୋସାଇଟି ତରଫରୁ ମାଗଣା ଭ୍ରାମ୍ୟମାଣ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ହାଇକୋର୍ଟର ଓକିଲ ଡ. ସଦାନନ୍ଦ ବାଗ, ଓକିଲ ଚନ୍ଦ୍ରଦେବ ପୁରୋହିତ, ଓକିଲ ଭାଗ୍ୟଶ୍ରୀ ବାରିକ ପ୍ରମୁଖ ଯୋଗଦେଇ ୫୨ ଜଣଙ୍କର ବିଭିନ୍ନ ପ୍ରକାରର ରାସନକାର୍ଡ, ଜବକାର୍ଡ, ଭତ୍ତା , ଜମିଜମା ବିବାଦ ଓ ଆବାସ ଯୋଜନା ମାମଲା ବାବଦରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ସୋସାଇଟିର ସେକ୍ରେଟେରୀ ରାଜକିଶୋର ବାଗ ଯୋଗଦେଇଥିଲେ । ଏହା ସହିତ ଜାଗୃତିର ସମ୍ପାଦକ ପରିତୋଷ ବାଗ, ଉପଦେଷ୍ଟା ରାଜେନ୍ଦ୍ର ପାଲ, ଯଦୁପତି ନାଥ ଓ ସଦସ୍ୟ ଯୋଥାମ୍ ନନ୍ଦ ଅଂଶଗ୍ରହଣ କରିଥିଲେ ।