oom

ଲାଠିକଟା ଆଦର୍ଶନଗରରେ ଶିବଗୁରୁ ଚର୍ଚ୍ଚା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ଆଦର୍ଶନଗରରେ ଆଜି ଅପରାହ୍ନରେ ସାପ୍ତାହିକ ଶିବଗୁରୁ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଆରାଧ୍ୟ ଦେବତା ଶିବଙ୍କ ଫୋଟୋ ଚିତ୍ରରେ ଧୂପ, ଦୀପ, ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚନା ହେଲା ପରେ ଶିବଙ୍କ ନାମ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ତା’ପରେ ଅନୁଷ୍ଠିତ ଚର୍ଚ୍ଚା କାର୍ଯ୍ୟକ୍ରମରେ ମଣିଷ ଜୀବନରେ ଆଧ୍ୟାତ୍ମିକତାର ଆବଶ୍ୟକତା ଉପରେ ଆଲୋଚନା ହୋଇଥିବା ବେଳେ କ୍ଷଣଭଙ୍ଗୁର ମଣିଷ ଜୀବନରେ ଲୋଭ, ମୋହ, ଇର୍ଷା, ଅହଙ୍କାର ଭିତରେ ବୁଡି ନରହି ସମସ୍ତେ ଶିବଙ୍କ ଶରଣାଗତ ହେବା ନିମିତ୍ତ ଆଗଭର ହେବା ଉଚିତ ବୋଲି ମତପ୍ରକାଶ ପାଇଥିଲା । ଶିବଗୁରୁ ଅନୁଷ୍ଠାନର ବରିଷ୍ଠ ସାଧିକା ସାବିତ୍ରୀ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଚର୍ଚ୍ଚା କାର୍ଯ୍ୟକ୍ରମରେ କବିତା ସାହୁ, ସୁମିତ୍ରା ପଶାୟତ, କବିତା ସାମନ୍ତରାୟ, ସୁଜାତା ରଣା, ଲଳିତା ରଣା, ଅନୁସୟା ଶର୍ମା, ଶାନ୍ତି ସାମଲ, ସହଦେବ ପରିଡା, ବଳରାମ ରଣା, ରାନୁ ଶର୍ମା, ସ୍ତୁତି ମିଶ୍ର, ସୁଲୋଚନା ପଣ୍ଡା, ମମତା ପାଣ୍ଡବ, ସତ୍ୟଭାମା ପରିଡା, କମଳେନ୍ଦୁ ପରିଡା, ସୁମନ ରଣା, ରଞ୍ଜିତ ସାହୁ, ତେଜସ୍ୱୀ ପରିଡା, ରବି ନାରାୟଣ ପଣ୍ଡା, ମହେନ୍ଦ୍ର ରଣା, ସୁମନ୍ତ ରଣା, ପ୍ରଭାତୀ ରଣା ପ୍ରମୁଖ ଶ୍ରଦ୍ଧାଳୁ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.