ବିଷମ କଟକ ବ୍ଲକର ଦୁର୍ଗୀ ଠାରେ ସୁଭଦ୍ରା ଯୋଜନା ରଥର ଶୁଭାରମ୍ଭ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ବିଷମ କଟକ ବ୍ଲକ ଅନ୍ତର୍ଗତ ଦୁର୍ଗୀ ପଞ୍ଚାୟତ ଠାରେ ଆଜି ରାଜ୍ୟ ସରକାରଙ୍କ ଶୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ ହୋଇଛି । ଦୁର୍ଗୀ ପଞ୍ଚାୟତର ସରପଞ୍ଚ ବିଜୟ କୁମୁରୁକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି ସୁପରଭାଇଜର୍, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଓ ସ୍ୱୟଂ ସହାୟିକା ମହିଳା ଓ ପାୟତର କର୍ମୀ, ଜିଆର୍‌ଏସ୍, ଉଷା ଗୌଡ, ଶିଶିର ପାତ୍ର ଉପସ୍ଥିତ ରହି ସୁଭଦ୍ରା ରଥଟିକୁ ପୂଜା ଅର୍ଚ୍ଚନା କରି ମୁଖ୍ୟ ଅତିଥିଙ୍କୁ ଶୁଭାରମ୍ଭ କରିଥିଲେ । ଉକ୍ତ ସୁଭଦ୍ରା ରଥ ଦୁର୍ଗୀ ପଞ୍ଚାୟତର ସମସ୍ତ ଗ୍ରାମକୁ ଯାଇ ପଞ୍ଚାୟତର ଗାଁ ଗାଁ ବୁଲି ମହିଳା ମାନଙ୍କୁ ସଚେତନତା କରିବା ସହ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ଯୋଗ୍ୟ ହିତାଧିକାରୀ ମହିଳା ଯେପରି ଏହି ଯୋଜନାରୁ ବଞ୍ଚିତ ନହେବେ ତାହା ଉପରେ ଧ୍ୟାନ ଦେବେ । ରଥ ବୁଲିବା ସମୟରେ ଯେଉଁ ଗାଁ ରଥ ଗଲେ ସେହି ଗାଁର ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିବେ ବୋଲି ଶ୍ରୀମତୀ ଶାନ୍ତି ପାଢ଼ୀ ଓ ସବିତା ଗୌଡ ପ୍ରକାଶ କରିଛନ୍ତି ଓ ସଚେତନତା ରଥ ଉଦ୍‌ଘାଟନ ବେଳେ ସ୍ଥାନୀୟ ବିଜେପି କର୍ମକର୍ତ୍ତା ରାଜେଶ ପଣ୍ଡା, ଚାନ୍ଦ ପଣ୍ଡା, ମନମୋହନ ମହାନ୍ତି ଓ ପିଙ୍କୁ ଗୌଡ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.