om academy

ରାଜ୍ୟସ୍ତରୀୟ ବସୁମତୀ ସ୍ନାନ ସାରସ୍ୱତ ମହୋତ୍ସବ

jsm

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଶେଷ ରଜ ଅବସରରେ ରାଜ୍ୟସ୍ତରୀୟ ବସୁମତୀ ସ୍ନାନ ସାରସ୍ୱତ ମହୋତ୍ସବ ୨୦୨୪ ବାଣୀପୀଠ ରାମଚନ୍ଦ୍ର ଭବନରେ ଅନୁଷ୍ଟିତ ହୋଇଯାଇଛି । ଏହା ପ୍ରଥମ ରାଜ୍ୟସ୍ତରୀୟ ଗବେଷଣାତ୍ମକ ସାରସ୍ୱତ ମହୋତ୍ସବ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଲେଖକ ଓ ଲେଖିକା ପୂର୍ବରୁ ପ୍ରଦାନ କରିଥିବା ‘ବସୁମତୀ ସ୍ନାନ’ ଶୀର୍ଷକ ଗବେଷଣାତ୍ମକ କବିତା, ଗଳ୍ପ ଏବଂ ପ୍ରବନ୍ଧ ପାଠ କରିଥିଲେ । ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ଏବଂ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । କବୟିତ୍ରୀ ମନୋରମା ମିଶ୍ର ଜଗନ୍ନାଥ ଅଷ୍ଟକମ ଗାନ କରିଥିଲେ । ଦୁଇଟି ଅଧିବେଶନରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ଦ୍ଵିତୀୟ ଅଧିବେଶନକୁ ଡ଼କ୍ଟର ବୈଷ୍ଣବ ଚରଣ ସାମଲ ଉଦ୍‌ଘାଟନ କରି ସାହିତ୍ୟ ସମାଜକୁ ଯୋଡେ ବୋଲି ମତବ୍ୟକ୍ତ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦ ଆଧ୍ୟାତ୍ମିକ ସାହିତ୍ୟରେ ବିପ୍ଲବ ସୃଷ୍ଟି କରିଛି ବୋଲି ଦୃଢତାର ସହିତ ସ୍ୱୀକାର କରିଥିଲେ । ସାହିତ୍ୟର ନୂତନ ଧାରା ଗବେଷଣାତ୍ମକ ସାହିତ୍ୟ, ଯେଉଁ ବିଭାଗରେ ଅଧିକ କାର୍ଯ୍ୟ ହେବାର ଆବଶ୍ୟକତା ରହିଛି । ମୁଖ୍ୟ ଅତିଥି ଭାବେ ଡ଼କ୍ଟର ବାବାଜୀ ପଟ୍ଟନାୟକ ବସୁମତୀ ସ୍ନାନର ପ୍ରାସଙ୍ଗିକତା ସ୍ପଷ୍ଟ ରୂପେ ବ୍ୟାଖ୍ୟା କରିଥିଲେ । ମୁଖ୍ୟ ବକ୍ତା ଭାବେ ନିହାର ରଞ୍ଜନ ଦାସ, ସ୍ଵତନ୍ତ୍ର ଶାସନ ସଚିବ, ଓଡ଼ିଶା ସରକାର ଲୋକ ସାହିତ୍ୟରେ ରଜ ପର୍ବର ଗବେଷଣାତ୍ମକ ଦିଗ ଉପରେ ବ୍ୟାଖ୍ୟା କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ କିଶୋର ଚନ୍ଦ୍ର ଦାସ, ଡ. ଅଜୟ କୁମାର ପଣ୍ଡା(ଉପ ନିର୍ଦ୍ଦେଶକ), ହେମନ୍ତ କୁମାର ଜେନା, ବିପିନ ବିହାରୀ ବାରିକ, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଡ. ସ୍ନେହାଶ୍ରୀ ସ୍ୱାଇଁ, ସାହିତ୍ୟିକା ଓ ସମାଜସେବୀ, ବିପିନ ଦଳାଇ, ସୁଭାଷ ଚନ୍ଦ୍ର ରାଉତ ବସୁମତୀ ସ୍ନାନ ଏବଂ କୈବଲ୍ୟ ସାହିତ୍ୟ ସଂସଦର ଆଧ୍ୟାତ୍ମିକ କାର୍ଯ୍ୟ ବିଷୟରେ ବ୍ୟାଖ୍ୟା ଦେଇଥିଲେ । ଦେବଦତ୍ତ ପ୍ରଧାନ ବସୁମତୀ ସ୍ନାନ ସମ୍ପର୍କରେ ଗବେଷଣାତ୍ମକ ପ୍ରବନ୍ଧ ପାଠ କରିଥିଲେ । ଦୁଇ ଶହରୁ ଅଧିକ ଲେଖକ ଏବଂ ଲେଖିକା ମାନଙ୍କୁ ରାଜ୍ୟସ୍ତରୀୟ ବସୁମତୀ ମାଆ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଂପାଦକୀୟ ପାଠ କରିଥିଲେ । ଲେଖକ ଡ. ଅଜୟ କୁମାର ପଣ୍ଡାଙ୍କ ପୁସ୍ତକ ‘ଫାଲଗୁ ଧାରା’, ଲେଖକ ଜାନକୀ ବହ୍ଲବ ଦାସଙ୍କ ପୁସ୍ତକ ‘କଥା ପୁରୁଣା ଅସଲି ସୁନା’ ଲେଖିକା ସବିତା ନାୟକଙ୍କ ‘ପ୍ରୀତିପୁଷ୍ପ’ର ଶୁଭ ଲୋକାର୍ପଣ କରାଯାଇଥିଲା । ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରଜ୍ଞା ପାରମିତା ବାରିକ, ନିତ୍ୟା ମହାବର, ବିଶ୍ନୋବି ମଲ୍ଲିକ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରିଥିଲେ । କଣ୍ଠଶିଳ୍ପୀ ବିରେନ୍ଦ୍ର କୁମାର ଜେନା, ଅଶୋକ କୁମାର ବେହେରାଡ଼କ୍ଟର ଅନିରୁଦ୍ଧ କୁରକୁରିଆ, (ସୋନପୁର) ଭକ୍ତି ସଙ୍ଗୀତ ଗାନ କରିଥିଲେ । କଳାକାର ବଟକୃଷ୍ଣ ସାହୁ ଏବଂ ଲିଙ୍ଗରାଜ ଦାସଙ୍କ ଦ୍ଵାରା ମଥୁରା ପୁରର ପୌରାଣିକ ସଂଳାପ ଦର୍ଶକ ମାନଙ୍କୁ ଆନନ୍ଦ ପ୍ରଦାନ କରିଥିଲା । ଅଧ୍ୟାପିକା ବୈଜୟନ୍ତୀ ସାହୁ ଏବଂ ଡ. ସନ୍ତୋଷ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । କବି ଅଭୟ କୁମାର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.