ସୁଲେକେଲା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଶ୍ୟାମ ସୁନ୍ଦର ଚିର୍‌ଗୁନଙ୍କ ବିଜୟ ଶୋଭାଯାତ୍ରା

ବେଲପଡା, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସୁଲେକେଲା ପଞ୍ଚାୟତରେ ସରପଞ୍ଚ ଭାବରେ ଶ୍ୟାମ ସୁନ୍ଦର ଚିର୍‌ଗୁନ ବିଜୟୀ ହୋଇଛନ୍ତି । ବିଜୟୀ ହେବା ପରେ ତାଙ୍କ ଗାଁ ସମେତ ପଞ୍ଚାୟତର ଅନ୍ୟାନ୍ୟ ଗ୍ରାମମାନଙ୍କରେ ଶ୍ରୀ ଚିର୍‌ଗୁନ୍‌ ତାଙ୍କର ସମର୍ଥକଙ୍କ ସହ ବିଜୟ ଶୋଭାଯାତ୍ରାରେ ବାହାରିଛନ୍ତି । ଶୋଭାଯାତ୍ରାରେ ବିଭିନ୍ନ ଜାଗାରେ ତାଙ୍କୁ ପୁଷ୍ପମାଲ୍ୟ ସହ ସ୍ୱାଗତ କରାଯାଇଥିବା ବେଳେ ଗ୍ରାମମାନଙ୍କରେ ପୁଷ୍ପମାଲ୍ୟ ବଜାଗଜା କୀର୍ତ୍ତନ ସହ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା । ତେବେ ସୁଲେକେଲା ପଞ୍ଚାୟତର ଉନ୍ନତି କରିବା ସହ ଲୋକଙ୍କ ଦୁଃଖ ସୁଖରେ ସାଥୀ ହେବି ବୋଲି ସରପଞ୍ଚ ଗଣମାଧ୍ୟମକୁ ଜଣାଇଛନ୍ତି ।

Leave A Reply

Your email address will not be published.