ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଓଡିଶା ହେଲ୍ଥ ଏଣ୍ଡ ଫେମିଲି ୱେଲଫେୟାର ଡିପାଟମେଣ୍ଟ ପକ୍ଷରୁ ସମୀକ୍ଷା
ଭୁବନେଶ୍ୱର, (କେପିଏନ୍ଏସ୍) : ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଓଡିଶା ହେଲ୍ଥ ଏଣ୍ଡ ଫେମିଲି ୱେଲଫେୟାର ଡିପାଟମେଣ୍ଟ ପକ୍ଷରୁ ସମୀକ୍ଷା କରାଯାଇଛି । ବିଭାଗୀୟ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ପୁରୀ ଗସ୍ତ କରି ରଥଯାତ୍ରାରେ ସ୍ୱାସ୍ଥ୍ୟସେବା ଯୋଗାଣ ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ, ଆମ୍ବୁଲାନ୍ସ, ରଥଯାତ୍ରା ସମୟରେ ଅଧିକ ମାନବସମ୍ବଳ, ଚିକିତ୍ସା ଦଳ, ଖାଦ୍ୟ ନିରାପତ୍ତା ଯାଞ୍ଚ ଦଳ ମୁତୟନ, ସଂକ୍ରମଣ ପ୍ରତିକାର ଇତ୍ୟାଦି ସମୀକ୍ଷା ହୋଇଥିଲା । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀମତୀ ପଣ୍ଡିତ ପରାମର୍ଶ ଦେଇଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।