oom

ଗଞ୍ଜାମ ସାଂସୃତିକ ମଞ୍ଚ ପକ୍ଷରୁ ନବ ନିର୍ବାଚିତ ୧୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟଙ୍କୁ ସମ୍ବର୍ଦ୍ଧନା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମଠାରେ ସହରାଞ୍ଚଳର ଅଗ୍ରଣି ସାଂସୃତିକ ଅନୁଷ୍ଠାନ ଗଞ୍ଜାମ ସାଂସୃତିକ ମଞ୍ଚ ତରଫରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୫ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରାଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି । ସାଂସୃତିକ ମଞ୍ଚର ସଭାପତି ଶବର କୁମାର ତରାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମର୍ଦ୍ଧନା ସମାରୋହରେ ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ମଞ୍ଚର ଉପଦେଷ୍ଟା ରହିଥିବା ବେଳେ ସେ ଗଞ୍ଜାମ ବ୍ଲକ ବିଜେଡି ଦଳର ଜଣେ ଦୃଢ ସଂଗଠକ ରହି ପ୍ରଥମ ନିର୍ବାଚନ ମୈଦାନରେ ବିପୁଳ ସଂଖ୍ୟା ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାରୁ ତାଙ୍କର ରାଜନୈତିକ କ୍ଷେତ୍ରରେ ଉତ୍ତରୋତ୍ତର ଉନ୍ନତି କାମନା କରାଯାଇ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ସୁଧିର କୁମାର ପାଢୀ, ଉମାକାନ୍ତ ବେହେରା, ନୀଳାଞ୍ଚଳ ବାରିକ, ବିଦ୍ୟାଧର ସାହୁ, ପ୍ରଦୀପ କୁମାର ପଣ୍ଡା, ନିରଞ୍ଜନ ପରିଡା, କାର୍ତ୍ତିକ ତରାଇ, ଶ୍ରୀକାନ୍ତ ତରାଇ ପ୍ରମୁଖ ମଞ୍ଚର କର୍ମକର୍ତ୍ତା ଓ ବିଶିଷ୍ଟ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.