ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠ ଖଇରାର ବରିଷ୍ଠ ଶିକ୍ଷକ ଡ. ନାରାୟଣ ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ହୁଲେଶ୍ୱର ହଂସ, କୋଷାଧ୍ୟକ୍ଷ ଦୀପକ କୁମାର ଦାସ, ଯାଦବ ସଦସ୍ୟ ସୁଶାନ୍ତ ବେହେରା, ରାଧେଶ୍ୟାମ ମେହେର, ଦୀପକ ପାଣିଗ୍ରାହୀ, ରାମଚନ୍ଦ୍ର ରଣା, ଆଇନଜୀବୀ ସନ୍ତୋଷ କୁମାର ପୁରୋହିତ ପ୍ରମୁଖ ଉପସ୍ଥିତ ରହି ଉପଢୌକନ, ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଆଦର୍ଶ ଶିକ୍ଷକ ଭାବରେ ରାଜ୍ୟପାଳ ପୁରସ୍କାର ଗ୍ରହଣ କରିଥିଲେ । ଛାତ୍ର ବତ୍ସଳତା,ସମାଜ ସୁଧାରକ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡିତ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଥିବା ମତ ପ୍ରକାଶ କରିଥିଲେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଉଛି । ଶ୍ରୀ ମିଶ୍ର ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ଜଣେ ଶୁଭେଚ୍ଛୁ ଅଛନ୍ତି । ସବୁବେଳେ ସାମ୍ବାଦିକ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ

jittmm
Leave A Reply

Your email address will not be published.