ସାମ୍ବାଦିକଙ୍କ ବିରୁଦ୍ଧରେ ରୁଜୁ ମିଥ୍ୟା ମାମଲା ପ୍ରତ୍ୟାହାର ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୁକ୍ତକୁ ଗିରଫ ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିବେଦନ କଲା ଉତ୍କଳ ସାମ୍ବାଦିକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : କାର୍ଯ୍ୟରତ ସାମ୍ବାଦିକଙ୍କ ବିରୁଦ୍ଧରେ ରୁଜୁ ମିଥ୍ୟା ମାମଲା ପ୍ରତ୍ୟାହାର ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୁକ୍ତକୁ ଗିରଫ ପାଇଁ ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ଶାଖା ପକ୍ଷରୁ ପୁଲିସ ମହାନିର୍ଦ୍ଦେଶକ, ଓଡିଶାଙ୍କୁ ପତ୍ରଲେଖି ନିବେଦନ କରାଯାଇଛି । ସାମ୍ବାଦିକଙ୍କ ଅଭିଯୋଗ ଅନୁସାରେ ଗତ ଅଗଷ୍ଟ ମାସ ୨ ତାରିଖରେ ପାଟଣାଗଡର ୩ ଜଣ ସାମ୍ବାଦିକ ଅଭିଯୋଗ ସମ୍ବନ୍ଧୀୟ ପ୍ରତିକ୍ରିୟା ନେବା ପାଇଁ ଖପ୍ରଖୋଲ ରେଞ୍ଜରଙ୍କ ପାଖକୁ ଯାଇଥିବା ବେଳେ ସେଠାରେ ରେଞ୍ଜର ଶ୍ରୀବତ୍ସ କୁମୁରା ପ୍ରତିକ୍ରିୟା ଦେବା ବଦଳରେ ଉତ୍‌କ୍ଷୀପ୍ତ ହୋଇ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହାର ଭିଡିଓ ସେହି ସମୟରେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା । ଏ ଘଟଣା ସଂମ୍ପର୍କରେ ସଂପୃକ୍ତ ସାମ୍ବାଦିକମାନଙ୍କ ତରଫରୁ ଖପ୍ରଖୋଲ ଥାନାରେ ଏକ ମାମଲା ଦାୟର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସପୃକ୍ତ ରେଞ୍ଜର କାର୍ଯ୍ୟରତ ସାମ୍ବାଦିକମାନଙ୍କ ଉପରେ ଏଟ୍ରୋସିଟି କେସ୍‌ ରୁଜୁ କରିଥିଲେ । ତେବେ ଘଟଣାର ସତ୍ୟାସତ୍ୟ ଯାଞ୍ଚ ପୂର୍ବକ ସଂପୃକ୍ତ ରେଞ୍ଜରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ କାର୍ଯ୍ୟରତ ସାମ୍ବାଦିକଙ୍କ ବିରୁଦ୍ଧରେ ରୁଜୁ ମିଥ୍ୟା ମାମଲା ପ୍ରତ୍ୟାହାର ପାଇଁ ଉତ୍କଳ ସାମ୍ବାଦିକ ସଂଘ, ଓଡିଶା ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ପତ୍ର ମାଧ୍ୟମରେ ନିବେଦନ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.