ସମାଜସେବୀ ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପ ପରେ ଥଇଥାନ ହେଲେ ଶୁଭମ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ତରତରା ପଞ୍ଚାୟତ ମଲାରପଦର ଗାଁର ଅନାଥ ଶିଶୁ ଶୁଭମ ପାତ୍ରଙ୍କ ପ୍ରଥମେ ପିତା ଓ ପରେ ମାଁ ମଧ୍ୟ ଆରପାରିକୁ ଚାଲି ଯାଇଥିଲେ । ତେବେ କୋମଲ ଶିଶୁ ଅବସ୍ଥାରୁ ଅନାଥ ହୋଇଥିବା ଶୁଭମ ପାତ୍ର, ଜେଜେମା କୁନ୍ଦୁରି ପାତ୍ରଙ୍କ ନିକଟରେ ରହି ଜୀବନ ଯାପନ କରୁଥିବା ବେଳେ ଜେଜେମା ଯୋଉଠି ଯାହା ମୂଳ ଲାଗି ଆଣନ୍ତି ସେଥିରେ ଦୁହେଁ କଷ୍ଟେ ମଷ୍ଟେ ଚଳି ଯାଉଛନ୍ତି । ଶୁଭମ ଏବେ ଗାଁ ସ୍କୁଲରେ ସପ୍ତମ ଶ୍ରେଣୀରେ ପଡୁଛନ୍ତି । ଜେଜେମା ୭୫ ବର୍ଷ ହୋଇଥିବାରୁ ସେ ପରଘରେ ମୂଳ ଲାଗିବା ତାଙ୍କ ପାଇଁ କଷ୍ଟକର ହୋଇପଡିଥିବା ବେଳେ ଶିଶୁକୁ ପଢ଼ିବାର ବ୍ୟବସ୍ଥା କରିବାପାଇଁ କିଛି ସମାଜସେବୀ କଳାହାଣ୍ଡିର ସମାଜସେବୀ ଯଶୋବନ୍ତ ରଣାଙ୍କୁ ଫୋନ ଯୋଗେ ଜଣେଇଥିଲେ । ଖବର ପାଇଲା ପରେ ସମାଜସେବୀ ଏହି ସମସ୍ୟାକୁ କେନ୍ଦୁଝର ଜିଲ୍ଲାପାଳ, ମହିଳା ଓ ଶିଶୁ ବିକାଶ ବିଭାଗ, ଆନନ୍ଦପୁର ବ୍ଲକ ପ୍ରଶାସନକୁ ସମସ୍ୟା ବିଷୟରେ ଅବଗତ କରାଇ ତାଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇ ଦେବକୁ ନିବେଦନ କରିଥିଲେ । ଅଭିଯୋଗ ପାଇଲା ପରେ ଆନନ୍ଦପୁର ଡବ୍ଲୁଇଓ ଓ ତରତରା ପଞ୍ଚାୟତ ପିଇଓ ମିଳିତ ଭାବରେ ଏହାର ତଦନ୍ତ କରିଥିଲେ । ତାଙ୍କର ଜେଜେମାଙ୍କ ନା ରେ ଏକ ପକ୍କା ଘର ଦିଆଯିବ ଏବଂ ଶୁଭମଙ୍କୁ କୋଳିମାଟି ସେବାଶ୍ରମରେ ରଖି ପଢ଼ିବାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଢେର ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.