csstore

ଚମ୍ପାଦେଇପୁର ପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଅଭିନବ ପ୍ରୟାସ କ୍ରମରେ ପ୍ରତ୍ୟେକ ମଙ୍ଗଳବାର ଦିନ ବ୍ଲକର ପ୍ରତି ପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଆୟୋଜିତ ହେଉଛି । ଦ୍ୱିତୀୟ ସପ୍ତାହରେ ଆୟୋଜିତ ଏହି ଶିବିର ଚମ୍ପାଦେଇପୁର ପଞ୍ଚାୟତ କାର୍ୟ୍ୟାଳୟଠାରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ କାର୍ୟ୍ୟକ୍ରମର ମୁଖ୍ୟ ପୁରୋଧା ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଯୋଗଦେଇ ଲୋକଙ୍କ ଅଭିଯୋଗ ଗ୍ରହଣ କରିବା ସହିତ ସମାଧାନ ପାଇଁ ଉଦ୍ୟମ କରିଥିଲେ ।

ତାଙ୍କ ସହିତ ବ୍ଲକ ପ୍ରଶାସନ ପକ୍ଷରୁ ଏବିଡିଓ ବିଭୁତିଭୂଷଣ ଶତପଥି, ସହକାରୀ ଯନ୍ତ୍ରୀ ରେଣୁକା ଠାକୁର, ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠଯନ୍ତ୍ରୀ ଦଶମତ ମାଝୀ, ବ୍ଲକ ଯୋଗାଣ ଅଧିକାରୀ ସନ୍ତୋଷ ପ୍ରଧାନ, ଏପିଓ ସଞ୍ଜିତ କୁମାର ପରିଡା, ସାମାଜିକ ସଂପ୍ରସାରଣ ଅଧିକାରୀ ସୁଜିତ କୁମାର ସାହୁ, ବିପିସି ରାଜେଶ କୁମାର ମହାରଣା ଓ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ପ୍ରମୁଖ ଯୋଗ ଦେଇଥିଲେ । ଚମ୍ପାଦେଇପୁର ସରପଞ୍ଚଫୁଲମତୀ ମାଝୀ ଓ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ସାହୁ ଓ ସମିତି ସଦସ୍ୟ ଅଭିରାମ ମୁଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଦୁଇଶହରୁ ଉର୍ଦ୍ଧ୍ୱ ଜନସାଧାରଣ ଯୋଗଦେଇ ସେମାନଙ୍କ ଆପତ୍ତି ଅଭିଯୋଗ ଜଣାଇଥିଲେ ।

ଲୋକଙ୍କ ଅଭିଯୋଗ ଓ ସେଗୁଡିକର ସମାଧାନ ପାଇଁ ବିଡିଓ ଶ୍ରୀ ମିଶ୍ର ବ୍ଲକ ତଥା ପଞ୍ଚାୟତସ୍ତରୀୟ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ବ୍ଲକ ଅଞ୍ଚଳର ଲୋକେ ଏହାର ସୁଯୋଗ ନେଇ କର୍ତ୍ତୃପକ୍ଷଙ୍କ ନିକଟରେ ନିଜ ନିଜର ସମସ୍ୟାଗୁଡିକ ଉପସ୍ଥାପିତ କରିବାକୁ ସେ ଅନୁରୋଧ କରିଛନ୍ତି । ଏପରିକି ବ୍ଲକ ଓ ପଞ୍ଚାୟତସ୍ତରୀୟ ଅଧିକାରୀମାନେ ପ୍ରାଥମିକତାର ସହ ଲୋକଙ୍କ ଅଭିଯୋଗ ଶୁଣିବା ସହିତ ସେଗୁଡିକର ସମାଧାନ ପାଇଁ ତତ୍ପରତା ପ୍ରକାଶ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଆଜିର କାର୍ୟ୍ୟକ୍ରମକୁ ଯୋଗାଣ ସହାୟକ ଗୁପ୍ତେଶ୍ୱର ପ୍ରଧାନ, ସୋମନାଥ ମାଝୀ, ପ୍ରକାଶ ବିଶ୍ୱାଳ, ନକୁଳ ପାତ୍ର, କହ୍ନେଇ କଟା ପ୍ରମୁଖ ସହଯୋଗ କରିଥିଲେ ।

ସେହିପରିି ଲାଞ୍ଜିଗଡରୋଡ ପଞ୍ଚାୟତ କାର୍ୟ୍ୟାଳୟଠାରେ ସରପଞ୍ଚ ଟଙ୍କଧର ମାଝୀ ଓ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଲୋକଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ । ସେହିପରି ଗୋବର୍ଦ୍ଧନପୁର ପଞ୍ଚାୟତ କାର୍ୟ୍ୟାଳୟ ମଧୁପୁରଠାରେ ଅନୁଷ୍ଠିତ ଶିବିରରେ ସରପଞ୍ଚ ସୁରେନ୍ଦ୍ର ମାଝୀ ଓ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ବିଭିନ୍ନ ସମସ୍ୟା ନେଇ ୨୭ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.