ସରକାରୀ ମେଧାବୃତ୍ତି ପରୀକ୍ଷାରେ ଲୋଇସିଂହା ବ୍ଲକର ଛାତ୍ରଛାତ୍ରୀଙ୍କ ସଫଳତା

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ୨୦୨୧-୨୨ ବର୍ଷ ପାଇଁ ପଞ୍ଚମ ଶ୍ରେଣୀର ସରକାରୀ ପ୍ରାଥମିକ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଏଥିରେ ଲୋଇସିଂହା ବ୍ଲକର ୭ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ସ୍ୱରୂପ ଶେଖର ବହିଦାର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆୟେଶା ପ୍ରିୟା ନାଏକ-ଦ୍ଵିତୀୟ, ଅଂଶୀତା ଉପାସନା ମିଶ୍ର- ତୃତୀୟ, ଅମିତାଭ ମିଶ୍ର- ଚତୁର୍ଥ, ଗେର୍ଡି ବିଦ୍ୟାଳୟର ରୋଲି ପଧାନ-ପଞ୍ଚମ, ପୋଡମୁଣ୍ଡ ସ୍କୁଲର ରେଖା ଗଡତ୍ୟା-ଷଷ୍ଠ ଏବଂ ଗଡଶଙ୍କର ଡୁଙ୍ଗୁରିପାଲି ବିଦ୍ୟାଳୟର ଛାତ୍ରୀ ଅଙ୍କିତା ଗଡତ୍ୟା ସପ୍ତମ ସ୍ଥାନ ଅଧିକାର କରି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.