ସଡକ ଦୁର୍ଘଟଣାରେ ତିନି ଆହତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ-କେସିଙ୍ଗା ରାସ୍ତାରେ ଏକ ଦୁର୍ଘଟଣା ଘଟିଛି । ଲୁଥୁରବନ୍ଧର ରମେଶ ବିଶି ନାମକ ଜଣେ ବ୍ୟକ୍ତି ଅତ୍ୟଧିକ ମଦ୍ୟପାନ କରି ହିରୋ ପାସନ ପ୍ରୋ ବାଇକ୍ (ଗାଡ଼ି ନମ୍ବର – ଓଡି ୦୮ ଏମ ୦୫୧୯) ଚଳାଇ ଆସୁଥିବା ବେଳେ ଭାଲୁଡ଼ିଙ୍ଗୁରି ପାହାଡ଼ ନିକଟରେ ଅପର ପାର୍ଶ୍ଵରୁ ଆସୁଥିବା ଗ୍ଲାମର ବାଇକ୍ (ଓଡି ୦୮ କେ ୬୯୬୦) ସହିତ ଧକ୍କା ହେବାରୁ ଗ୍ଲାମର୍ ବାଇକରେ ଥିବା ଲୁଥିରବନ୍ଧର ଏକ ଦମ୍ପତି (ମନସା ବାଗ ଓ ବେଦମତି ବାଗ) ଓ ଜଣେ ଯୁବକ (ଭୀମ ବଗର୍ତ୍ତୀ) ରାସ୍ତା କଡ଼ରେ ଥିବା ଖେତରେ ପଡ଼ି କ୍ଷତ ବିକ୍ଷତ ହୋଇଥିବା ବେଳେ ମଦ୍ୟପ ଜଣକ ରାସ୍ତା ଉପରେ ପଡି ରକ୍ତାକ୍ତ ହୋଇଥିଲେ । ରାସ୍ତାରେ ଯାଉଥିବା ଯାତ୍ରୀ ମାନେ ଅଟକି ୧୦୮ ରେ ଫୋନକରି ଆମ୍ବୁଲାନ୍ସକୁ ଡାକି ମଦ୍ୟପ ଜଣକୁ ଟିଟିଲାଗଡ ଡାକ୍ତରଖାନାକୁ ପଠାଇଥିଲେ । ଘଟଣାସ୍ଥଳରେ ମଦ୍ୟପର ପରିବାରବର୍ଗ ପହଞ୍ଚି ଥିଲେ ।

Leave A Reply

Your email address will not be published.